ନବୀନ ନିବାସରୁ ଦୃଷ୍ଟି ହଟୁନି: ଚନ୍ଦ୍ରାଣୀଙ୍କୁ କେନ୍ଦୁଝର, ମହେଶ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ

ଖଣ୍ଡପଡ଼ାରୁ ସୌମ୍ୟରଂଜନ, ଯାଜପୁରରୁ ପ୍ରଣବ ପ୍ରକାଶ

ଭୁବନେଶ୍ବର: େସାମବାର ରାତିରେ ବିେଜଡି ହାତ ଧରିଥିଲେ ଚନ୍ଦ୍ରାଣୀ ମୁର୍ମୁ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତଥା ବିେଜଡି ରାଜ୍ୟ ସଭାପତି ଅଷ୍ଟମ କିସ୍ତି ତାଲିକା େଘାଷଣା କରି ତାଙ୍କୁ େକନ୍ଦୁଝର ଆସନ ପାଇଁ େଲାକସଭା ପ୍ରାର୍ଥୀ କରିଛନ୍ତି। ସେଠାରେ ସାଂସଦ ଶକୁନ୍ତଳା ଲାଗୁରୀଙ୍କ ଟିକେଟ୍ କାଟିଦିଆଯାଇଛି। ପୂର୍ବତନ କେନ୍ଦୁଝର ସାଂସଦ ହରିହର ସୋରେନଙ୍କ ନାତୁଣୀ େହଉଛନ୍ତି ଚନ୍ଦ୍ରାଣୀ। ଯୁବ ମେକାନିକାଲ ଇଞ୍ଜିନିୟର ଚନ୍ଦ୍ରାଣୀ ରାଜନୀତିରେ ନୂଆକରି ପାଦ ଥାପିଛନ୍ତି। ପୂର୍ବରୁ ସାଂସଦ ତଥାଗତ ଶତପଥୀ ନିର୍ବାଚନ ଲଢିବେ ନାହିଁ େବାଲି େଘାଷଣା କରିଥିଲେ। ଆଜି ଗୁରୁତ୍ବପୂର୍ଣ୍ଣ େଢଙ୍କାନାଳ େଲାକସଭା ନିର୍ବାଚନମଣ୍ଡଳୀ ପାଇଁ ନବୀନ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ବିଧାୟକ ମହେଶ ସାହୁଙ୍କ କାନ୍ଧରେ ଏହି ଭାର ସମର୍ପିଛନ୍ତି। ବିେଜଡି ପ୍ରାର୍ଥୀ ଭାବେ ସେ ଏହି ଆସନରୁ ଲଢିବେ। ଏଥିସହିତ ୨୧ଟି ଯାକ େଲାକସଭା ଆସନ ପାଇଁ ବିେଜଡି ପ୍ରାର୍ଥୀ ତାଲିକା ଚୂଡାନ୍ତ େହାଇଛି। ବାକି ଥିବା ୧୦ଟି ବିଧାନସଭା ଆସନ ମଧ୍ୟରୁ ୭ଟି ଆସନ ଲାଗି ନବୀନ ଆଜି ପ୍ରାର୍ଥୀ େଘାଷଣା କରିଛନ୍ତି। ବାରିପଦା, େକନ୍ଦ୍ରାପଡା ସଦର ଓ ଚମ୍ପୁଆ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ଏବେ ବି ଝୁଲି ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଯାଜପୁର ଆସନର ପ୍ରଣବ ପ୍ରକାଶ ଦାସଙ୍କୁ ଆଉଥରେ ଲଢିବା ଲାଗି ସୁେଯାଗ େଦଇଛନ୍ତି। ହେଲେ େକାରେଇରେ ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକଙ୍କ ଟିକେଟ୍ କଟିଯାଇଛି। ସେଠାରେ ବିଜେପିରୁ େଫରି ଆସିଥିବା ଅେଶାକ ବଳଙ୍କୁ ପ୍ରାର୍ଥୀ କରିଛି ବିେଜଡି। ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଜାଗାରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏଥର ବିେଜଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ସଂଜୀବ ସାହୁଙ୍କ ଟିକେଟ୍ କାଟି ନବୀନ ସେଠାରେ ପୂର୍ବତନ ପ୍ରଶାସକ ରମେଶ ଚନ୍ଦ୍ର ସାଇଙ୍କୁ ପ୍ରାର୍ଥୀ କରିଛନ୍ତି। ନିକଟରେ ସେ ଚାକିରିରୁ ଇସ୍ତଫା ଦେଇ ବିେଜଡିରେ େଯାଗ ଦେଇଥିଲେ। ପାଳଲହଡାର ବରିଷ୍ଠ େନତା ତଥା େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତମ ଭାବେ ପରିଚିତ ମୁକେଶ ପାଲ ନିକଟରେ ବିେଜପିକୁ ବାଏ ବାଏ କରି ବିେଜଡିରେ େଯାଗ ଦେଇଥିଲେ। ନବୀନ ମୁକେଶଙ୍କୁ ବିେଜପି ବିେରାଧରେ ଅସ୍ତ୍ର କରି ସେହି ଆସନରେ ଲଢାଇବାକୁ ନିଷ୍ପତ୍ତି େନଇଛନ୍ତି। ପାଳଲହଡା ବିଧାୟକ ମହେଶ ସାହୁ େଢଙ୍କାନାଳ େଲାକସଭା ଆସନରୁ ପ୍ରାର୍ଥୀ େହାଇଛନ୍ତି। ତେବେ ଭୁବନେଶ୍ବରର ଦୁଇଟି ଆସନରେ ଆଜି ବିେଜଡିର ନିଷ୍ପତ୍ତି ଚର୍ଚ୍ଚାର ବିଷୟ େହାଇଛି। ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ନବୀନ ଆଗ୍ରହ େଦଖାଇନାହାନ୍ତି। ତାଙ୍କ ସ୍ଥାନରେ ଭୁବନେଶ୍ବର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରାର୍ଥୀ କରାଯାଇଛି। ସେହିଭଳି ଭୁବନେଶ୍ବର ଉତ୍ତର ଆସନରେ ମଧ୍ୟ କ୍ରମାଗତ ତୃତୀୟ ଥର ପାଇଁ ବିେଜଡି ମୁଖିଆ ପ୍ରାର୍ଥୀ ବଦଳାଇଛନ୍ତି। ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ବଦଳରେ ସୁଶାନ୍ତ କୁମାର ରାଉତଙ୍କୁ ପ୍ରାର୍ଥୀ କରିଛନ୍ତି।

ଭୁବନେଶ୍ବର ମଧ୍ୟ ଓ ଉତ୍ତର ଆସନରେ ବଦଳିଲେ ପ୍ରାର୍ଥୀ ସଂଜୀବ,

ବିଜୟ, ପ୍ରିୟଦର୍ଶୀ, ଅନୁଭବ, ଆକାଶଙ୍କ ଟିକେଟ୍ କଟିଲା

ଉଲ୍ଲେଖଯୋଗ୍ୟ, ୩ଟି ଆସନ ପାଇଁ ପ୍ରାର୍ଥୀ େଘାଷଣା ବାକି ରହିଛି। ହେଲେ ଆଉ କିଛି ଆସନରେ ନବୀନ େଶଷ ମୁହୂର୍ତରେ ପ୍ରାର୍ଥୀ ବଦଳାଇବା ସମ୍ଭାବନାକୁ ଏଡାଇ େଦଇ େହଉନାହିଁଁ। ଏହାକୁ ନେଇ ବିେଜଡି ରାଜନୀତିରେ ନାନା କଳ୍ପନାଜଳ୍ପନା ଜାରି ରହିଛି। କାକଟପୁର ଆସନରେ ନବୀନ ପ୍ରାର୍ଥୀ ବଦଳାଇ ପାରନ୍ତି େବାଲି ଚର୍ଚ୍ଚା ଚାଲିଛି।

                                                                 

ସମ୍ବନ୍ଧିତ ଖବର