ଆଜି ସମସ୍ତେ ଖାଲି ଆଖିରେ ଦେଖିପାରିବେ ‘ସୁପରମୁନ’

ଭୁବନେଶ୍ୱର: ଆଉ କିଛି ସମୟ ପରେ ଆପଣମାନେ ଦେଖିପାରିବେ ‘ସୁପରମୁନ’। ଏହାକୁ ସମସ୍ତେ ଖାଲି ଆଖିରେ ଦେଖନ୍ତୁ ବୋଲି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ତଥା ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ର ଚାରିପଟେ ପୃଥିବୀ ୨୯ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲିଥାଏ।

ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହୁଥିଲାବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ। ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼ିଥାଏ ସେହି ଚନ୍ଦ୍ରକୁ ‘ସୁପରମୁନ’ କୁହାଯାଏ। କାରଣ ସେ ସମୟରେ ତାହା ଆମକୁ ବଡ଼ ଦେଖାଯାଇଥାଏ ବୋଲି ପଟ୍ଟନାୟକ କହିଛନ୍ତି।

ଆଜିର ଏହି ସୁପରମୁନ ଚନ୍ଦ୍ର ପ୍ରାୟ ୧୪ ପ୍ରତିଶତ ବଡ଼ ତଥା ୩୦ ପ୍ରତିଶତ ଉଜ୍ଜଳ ଦେଖାଯିବ। ରାତି ୯ଟା ୩୦ରେ ଚନ୍ଦ୍ର ପୃଥିବୀ ପୃଷ୍ଠରୁ ୩.୫୭ କିଲୋମିଟର ଦୂରରେ ରହିଥିବା ବେଳେ ସବୁଠାରୁ ବଡ଼ ଦେଖାଯିବ। ଏହାକୁ ଖାଲି ଆଖିରେ ଦେଖିବା ପାଇଁ ପଟ୍ଟନାୟକ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି। ‘ସୁପରମୁନ’ ଏକ ସାଧାରଣ ଘଟଣା ଓ ଏହାର କୌଣସି ପ୍ରଭାବ ଆମ ଉପରେ ପଡେନାହିଁ।

ସମ୍ବନ୍ଧିତ ଖବର