ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ବହୁ ବୁଥ୍‌ରେ ଇଭିଏମ୍‌ କାମ କରୁ ନ ଥିବାରୁ ଭୋଟ୍‌ ଗ୍ରହଣରେ ବିଳମ୍ବ

ଭୁବନେଶ୍ୱର: ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାର ୯, ୧୧୭ଟି ବୁଥ୍‌ରେ ଉଭୟ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

କିନ୍ତୁ କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିବାରୁ ମତଦାନରେ ବିଳମ୍ବ ଦେଖା ଦେଇଛି। ଫୁଲବାଣୀର ବୁଥ୍‌ ନମ୍ବର ୧୧୩ ଓ ୧୦୧ରେ ଇଭିଏମ୍‌ କାମ କରୁ ନ ଥିବା ଖବର ମିଳିଛି।

କଣ୍ଟାବାଞ୍ଝିର ବୁଥ୍‌ ନମ୍ବର ୬୭ରେ ଇଭିଏମ୍‌ ଅଚଳ ହୋଇଯିବାରୁ ଟିଟିଲାଗଡ଼ରୁ ଆଉ ଗୋଟିଏ ଇଭିଏମ୍‌ ଆସିବା ପରେ ଭୋଟ୍‌ ଗ୍ରହଣ କରାଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଲୋକେ ଭୋଟ୍‌ ଦେବା ପାଇଁ ବୁଥ୍‌ ବାହାରେ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି।

ବଲାଙ୍ଗିରର ଲୋଇସିଂହା ଅନ୍ତର୍ଗତ କୁରୁଲ ଗାଁ’ର ୨୭୮ ନମ୍ବର ଓ ଆଗଲପୁର ଗାଁ’ର ୫୧ ନମ୍ବର ବୁଥ୍‌ରେ ଇଭିଏମ୍‌ ଅକାମି ହୋଇଯିବାରୁ ମତଦାତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୁନ୍ଦରଗଡ଼ର ବୁଥ୍‌ ନମ୍ବର ୧୭୧ ଏବଂ ତଳସରାର ୨୦୬ ନମ୍ବର ବୁଥ୍‌ରେ ଇଭିଏମ୍‌ କାମ କରୁ ନ ଥିବାରୁ ଭୋଟ୍‌ ଗ୍ରହଣରେ ବିଳମ୍ବ ପରିଲକ୍ଷିତ ହୋଇଛି।

ବଣାଇର କେନ୍ଦୁଡ଼ିହି, ଫକିରମୁଣ୍ଡା, ଛିଡ଼ାକୁଦ, ଉ. ସୁକୁଳା ଓ ଖଲସାଘାଟରେ ମଧ୍ୟ ଇଭିଏମ୍‌ କାମ କରୁ ନ ଥିବାରୁ ଭୋଟ୍‌ ଗ୍ରହଣ କରାଯାଉ ନାହିଁ।

ଫୁଲବାଣୀର ବୁଥ୍‌ ନମ୍ବର ୧୧୩ ଏବଂ ୧୦୧ରେ ଇଭିଏମ୍‌ ଅକାମି ହୋଇ ପଡ଼ିଥିବା ଖବର ଆସିଛି।

ବାଲିଗୁଡ଼ାର ଜି. ଉଦୟଗିରିର ୧୭୯ ନମ୍ବର ଓ ମହାସିଂହର ୫୪ ନମ୍ବର ବୁଥ୍‌ରେ ମଧ୍ୟ ଇଭିଏମ୍‌ ଅକାମି ହୋଇ ଯାଇଛି।

ସୋନପୁରର ସାଗପାଲ୍ଲୀର ୨୦୧୪ ଏବଂ ୨୦୫ ନମ୍ବର ବୁଥ୍‌ରେ ଇଭିଏମ୍‌ ଅକାମି ହୋଇ ଯାଇଥିବାରୁ ମତ ଗ୍ରହଣ କରି ହେଉ ନାହିଁ।

ସମ୍ବନ୍ଧିତ ଖବର