ପୂର୍ବତନ ସିଡିଏମ୍‌ଓଙ୍କ ବିରୋଧରେ ସଂପତ୍ତି ବାଜ୍ୟାପ୍ତି ମାମଲା ଖାରଜ

କଟକ : କଟକର ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ହରିହର ପ୍ରସାଦ ପତି ଓ ତାଙ୍କ ପତ୍ନୀ ଶାନ୍ତିଲତା ପତିଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ବାଜ୍ୟାପ୍ତି ମାମଲା ଖାରଜ ହୋଇଛି। ଶ୍ରୀ ପତିଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ ଦାୟର ଆବେଦନକୁ କଟକ ସ୍ୱତନ୍ତ୍ର ଅଦାଲତ ପ୍ରାଧିକୃତ ଅଧିକାରୀ ଖାରଜ କରିଛନ୍ତି। କଟକ ସିଡିଏମଓ ଓ ପରେ ଭୁବନେଶ୍ୱରଠାରେ ସ୍ୱାସ୍ଥ୍ୟସେବା ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ଡାକ୍ତର ପତି ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ୧୯୯୧, ଅକ୍ଟୋବର ୯ରେ ସଂପତ୍ତି ଆକଳନ ପାଇଁ ଚଢାଉ କରିଥିଲା। ୫ ଲକ୍ଷ ୭୪ ହଜାର ୧୨୯ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ଦର୍ଶାଇ ଡାକ୍ତର ପତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଏହା ପରେ ରାଜ୍ୟ ଗୃହ ବିଭାଗ ଡାକ୍ତର ପତିଙ୍କ ଆୟ ବହିର୍ଭୂତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନେଇଥିଲା। ମାମଲାର ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପ୍ରତିପକ୍ଷଙ୍କ ତରଫରୁ ୬ ଜଣ ସାକ୍ଷୀ ଦେଇଥିଲେ।

ସମ୍ବନ୍ଧିତ ଖବର