ଭୁବନେଶ୍ୱର ବିମାନବନ୍ଦରରେ ବିଦାୟୀ ରାଜ୍ୟପାଳ ଡ. ଏସସି ଜମୀରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

ଭୁବନେଶ୍ୱର: ଆଜି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଏସ ସି ଜମୀର ଓଡ଼ିଶା ଛାଡ଼ିଛନ୍ତି। ଏଥିପାଇଁ ଡ. ଜମୀରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।୨୦୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିବା ଡ. ଜମୀର ଓଡ଼ିଶାର ରାଜ୍ୟପାଳ ଭାବେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଗତ ୨୦ ତାରିଖ ଦିନ ଅବସର ନେଇଥିଲେ। ବିବାହାର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଓଡ଼ିିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିିତ୍ୱ ନେଇଛନ୍ତି।


ସକାଳ ୯ଟା ୫୦ ମିନିଟ୍‌ ସମୟରେ ବିଦାୟୀ ରାଜ୍ୟପାଳ ଡ. ଜମୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ପହଞ୍ଚିଥିଲେ। ବିମାନବନ୍ଦରର ୨ ନମ୍ବର ଟର୍ମିନାଲ ଠାରେ ଡ. ଜମୀରଙ୍କୁ ଓଡ଼ିଶା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ବିମାନବନ୍ଦର ଠାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର-କଟକ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ପ୍ରମୁଖ ଡ. ଜମୀରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସକାଳେ ୧୦ଟା ୧୦ ମିନିଟ୍‌ ସମୟରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଜମୀର ଇଣ୍ଡିଗୋ ବିମାନଯୋଗେ କୋଲକାତା ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର