ମା’ ଓ ଝିଅଙ୍କୁ ମାରପିଟ୍‌ ମାମଲା : ମୁକୁଳିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର

ଫୁଲବାଣୀ : ମା’ଓ ଝିଅଙ୍କୁ ମାରପିଟ୍‌ ଘଟଣାରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଆଜି ଜେଲରୁ ମୁକୁଳିଛନ୍ତି। ଦୀପାବଳି ପୂର୍ବରୁ ସେ ଜେଲରୁ ମୁକୁଳିବା ତାଙ୍କ ପାଇଁ ବଡ଼ ଆଶ୍ବସ୍ତି ହୋଇଛି। ଗତକାଲି ୫୦ ହଜାର ଟଙ୍କା ୨ ଜଣ ବ୍ୟକ୍ତିଗତ ଜାମିନଦାରଙ୍କ ମୁଚାଲିକାରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ ଜଜ୍ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ପୂରଣ ପରେ ଆଜି ସେ ଜେଲ୍‌ରୁ ମୁକୁଳିଛନ୍ତି।

ସୂଚନାଯୋଗ୍ୟ ଯେ , ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ଫୁଲବାଣୀ ସଦର ଥାନା ଅଞ୍ଚଳର ଏକ ଗାଁରେ ପଶି ମା’ ଓ ଝିଅଙ୍କୁ ମାରପିଟ ନେଇ ଦେବେନ୍ଦ୍ରଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଅକ୍ଟୋବର ୮ ତାରିଖରେ ପୁଲିସ ଦେବେନ୍ଦ୍ରଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର