ପୂର୍ବତନ ବିଧାୟକ ନିତ୍ୟାନନ୍ଦଙ୍କ ପରଲୋକ

ବିଜେପୁର : ବିଜେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନିତ୍ୟାନନ୍ଦ ଗଡ଼ତିଆ (୮୪)ଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ବିଜେପୁର ସ୍ଥିତ ବାସଭବନରେ ରାତି ୧୧ଟା ୪୫ରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।

ସ୍ବର୍ଗତଃ ଗଡ଼ତିଆ ୧୯୭୭ ମସିହା ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ, ୧୯୮୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଇସ୍ତଫା ଦେବାପରେ ସରକାର ଭାଙ୍ଗି ଯାଇଥିଲା।ଏହାପ‌‌ରେ ସେ ନିତ୍ୟାନନ୍ଦ ଚାଷ ଓ ଚାଷୀର ଉନ୍ନତିରେ ନିଜକୁ ନିୟୋଜିତ କରିଥିଲେ।

ସମ୍ବନ୍ଧିତ ଖବର