ପୂର୍ବତନ ବିଧାୟକ ସମାୟ କିସ୍କୁଙ୍କ ପରଲୋକ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସମାୟ କିସ୍କୁଙ୍କ ୯୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇ ଯାଇଛି। ଶୁଳିଆପଦା ଥାନା ଅଧୀନ ଡିମିଅାଁ ଗାଁରେ ୧୯୨୭ ଅକ୍ଟୋବର ୨୪ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୫୭ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦ୍ୱିତୀୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେଠାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇ ପୁତ୍ର ବିରେନ କିସ୍କୁ ଓ ସୀତାନାଥ କିସ୍କୁ, କନ୍ୟା ସୁବର୍ଣ୍ଣଲତା ହାଁସଦା ଉପସ୍ଥିତ ଥିଲେ। ବାରିପଦା ପାଲବଣିସ୍ଥିତ ବାସଗୃହରେ ଶବ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ରଖାଯାଇଥିଲା। ପରେ ପୈତୃକ ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ସମ୍ବନ୍ଧିତ ଖବର