ଅନୁଗୁଳ: ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ବୀରମହାରାଜପୁର ଓ ଆଠମଲ୍ଲିକର ପୂର୍ବତନ ବିଧାୟକ, ବର୍ଷୀୟାନ ସାମ୍ୟବାଦୀ ନେତା ସୁରେନ୍ଦ୍ର ପ୍ରଧାନଙ୍କର ଆଜି ସକାଳେ ପରଲୋକ ଘଟିଛି। ୧୯୩୦ରେ ଜନ୍ମିତ ଶ୍ରୀ ପ୍ରଧାନ ଗତ କିଛି ଦିନ ହେବ ବାର୍ଦ୍ଧ୍ୟଜନିତ ରୋଗରେ ପୀଡ଼ିତ ଥିବା ସତ୍ତ୍ୱେ ବିଭିନ୍ନ ସାମାଜିକ ସଙ୍ଗଠନ ସହିତ ସକ୍ରିୟ ଥିଲେ।
୧୯୨୯ ମସିହାରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ଷଣ୍ଢପାଳ ଗାଁରେ ଜନ୍ମିତ ଶ୍ରୀ ପ୍ରଧାନ ୧୯୬୭ରୁ ୭୧ ମସିହା ପର୍ଯ୍ୟନ୍ତ ସ୍ୱାଧୀନ ବିଧାୟକ ଭାବେ ଆଠମଲ୍ଲିକ ନିର୍ବାଚନମଣ୍ଡଳିରୁ ବିଜୟୀ ହୋଇଥିଲେ। ପରେ ଜନତା ଦଳ ଟିକେଟରେ ବୀରମହାରାଜପୁର ବିଧାନସଭା ଆସନରୁ ଲଢ଼ି ସେ ୧୯୭୭ରୁ ୮୦ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ କିଶୋରନଗର ଡାକ୍ତରଖାନାକୂୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର