ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଉତ୍କଳ କେଶରୀ ପରିଡ଼ା ଆଜି ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ପକ୍ଷାଘାତରେ ଆକ୍ରାନ୍ତ ହୋଇପଡ଼ିିଥିବା ବେଳେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ସେ କୌଣସି କାମରେ ସଚିବାଳୟ ଯାଇଥିଲେ । ଏହି ସମୟରେ ବିଜେପି ନେତା ଭୁବନମୋହନ ଜେନାଙ୍କ ସହ ମୋବାଇଲ୍‌ରେ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍‌ ହାତ କାମ କରୁ ନାହିଁ ବୋଲି କହି ବସି ପଡ଼ିଥିଲେ। ତାଙ୍କୁ ସେଠାରୁ ହସ୍‌ପିଟାଲ ନିଆଯାଇଥିଲା। ହୃଦ୍‌ରୋଗ ବିଶେଷଜ୍ଞ  ଡା. ମହେନ୍ଦ୍ର ତ୍ରିପାଠୀ ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ସେ ଆପାତତଃ ବିପଦମୁକ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର