କଂଗ୍ରେସକୁ ଫେରିଲେ ପୂର୍ବତନ ସାଂସଦ

ଭୁବନେଶ୍ବର : ଆଜି ଯାଜପୁରର ପୂର୍ବତନ ଲୋକସଭା ସାଂସଦ ଅଞ୍ଚଳ ଦାସ ପୁଣି କଂଗ୍ରେସ ଦଳକୁ ଫେରିଛନ୍ତିି। ଏହା ପୂର୍ବରୁ ସେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଏକାଦଶ ଲୋକସଭାରେ ସେ ଯାଜପୁର ଲୋକସଭା ଆସନରୁ ସାଂସଦ ହୋଇଥିଲେ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ଦାସଙ୍କୁ ଦଳକୁ ସ୍ବାଗତ କରିଥିଲେ। ସେ କହିଲେ ଯେ ତାଙ୍କ ମିଶ୍ରଣ ଫଳରେ ଦଳ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବ। ଏହି ମିଶ୍ରଣ ପର୍ବରେ ପିସିସି ସଭାପତିଙ୍କ ଉପସ୍ଥିତିରେ ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଂପାଦକ ସେଖ୍‌ ଜାନି ମଧ୍ୟ କଂଗ୍ରେସ ଦଳରେ ମିଶିଛନ୍ତି। ତାଙ୍କୁ ମଧ୍ୟ ଦଳକୁ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିଲେ ଶ୍ରୀ ପଟ୍ଟନାୟକ। ସୂଚନାଯୋଗ୍ୟ, ପୂର୍ବତନ ସାଂସଦ ଶ୍ରୀ ଦାସ ପ୍ରଥମେ କଂଗ୍ରେସ ଦଳରେ ଥିଲେ। ପରବର୍ତୀ ସମୟରେ ସେ ଜନତା ଦଳ, ବିଜେଡି ଓ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର