ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିକଙ୍କ ପରଲୋକ

କୋରେଇ : ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ମଲ୍ଲିକଙ୍କ ଆଜି ପୂବାହ୍ନ ସାଢ଼େ ୯ଟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ (୮୫) ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରବୀନ୍ଦ୍ର ଓ ଦେବେନ୍ଦ୍ର, ବୋହୂ, ଝିଅ ଝିତା, ଗୀତା, ନାତି ଆଲୋକ, ଆକାଶ, ଆଦିତ୍ୟ, ଅନିଲ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍‌ଣରେ ତାଙ୍କ ମର ଶରୀରକୁ ବରୁଣ୍ଡାଇସ୍ଥିତ ବାସଭବନକୁ ଅଣାଯାଇଥିଲା। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ଶ୍ରୀ ମଲ୍ଲିକ ଯାଜପୁର ଆସନରୁ ଲୋକସଭା ଆସନରୁ ତିନି ତିନି ଥର (୧୯୬୧, ୧୯୭୭ ଓ ୧୯୯୮) ନିର୍ବାଚିତ ହୋଇଥିଲେ। ପରେ ସେ ରେଲୱେବୋର୍ଡ, ଷ୍ଟିଲ ଓ ମାଇନ୍ସ ବୋର୍ଡ, ଜିଲ୍ଲା ଭିଜିଲାନ୍ସ ବିଭାଗ ସମେତ ବହୁ ସଂସ୍ଥାରେ କାଯ୍ୟର୍ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ଯାଜପୁର ସାଂସଦ ରୀତା ତରାଇ, ପୂର୍ବତନ ସାଂସଦ ମୋହନ ଜେନା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର