ଲାଞ୍ଚ ମାମଲାରେ ପୂର୍ବତନ ଆର୍‌ଆଇଙ୍କୁ ଦେଢ ବର୍ଷ ଜେଲ୍‌

କଟକ : ମ୍ୟୁଟେସନ୍‌ ମାମଲାର ତଦନ୍ତ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଗିରଫ ହୋଇଥିବା ଭଦ୍ରକ ସଦର ତହସିଲ୍‌ର ପୂର୍ବତନ ଆର୍‌ଆଇ ଅମୂଲ୍ୟ ଚନ୍ଦ୍ର ଦାସଙ୍କୁ ଦେଢ ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ୨୦୦୯ ମସିହାର ଅଭିଯୋଗକାରୀ ଚାନ୍ଦବାଲି ଥାନା ଅନ୍ତର୍ଗତ ଖଟୁଆ ସାହିର ଅକ୍ଷୟ କୁମାର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ବାଲେଶ୍ୱର ଭିଜିଲାନ୍ସ ଅଧିକାରୀମାନେ ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଅଭିଯୁକ୍ତ ଅମୂଲ୍ୟଙ୍କୁ ଗିରଫ କରିଥିଲେ। ଚାର୍ଜସିଟ୍‌ ଦାଖଲ ହେବା ପରେ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ଅମୂଲ୍ୟଙ୍କୁ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧) (ଡି) ଅନୁଯାୟୀ ଦେଢ ବର୍ଷ ଜେଲ୍‌ ଓ ୩ହଜାର ଟଙ୍କା ଜରିମାନା ଏବଂ ଧାରା ୭ ଅନୁଯାୟୀ ବର୍ଷେ ଜେଲ୍‌ ଓ ୧ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଏହି ମାମଲାକୁ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍‌ର ପୂର୍ବତନ ଇନ୍ସପେକ୍ଟର ପି.ସି. ବେହେରା ତଦନ୍ତ କରିଥିବାବେଳେ ସ୍ୱତନ୍ତ୍ର ପିପି ସେକ୍‌ ହାଜିରୁଦ୍ଦିନ୍‌ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର