୨୦୨୦-୨୧ରୁ ବଦଳିବ ମାଟ୍ରିକ୍‌ ପରୀକ୍ଷା ଢ଼ାଞ୍ଚା, ୫୦ମାର୍କ ଅବ୍‌ଜେକ୍‌ଟିଭ୍‌ରେ ଓ ୫୦ମାର୍କ ସବ୍‌ଜେକ୍‌ଟିଭ୍‌ରେ ରହିବ

ଭୁବନେଶ୍ୱର: ୨୦୨୦-୨୧ରୁ ବଦଳିବ ମାଟ୍ରିକ୍‌ ପରୀକ୍ଷା ଢ଼ାଞ୍ଚା। ପରୀକ୍ଷାରେ ପଡୁଥିବା ଓଏମ୍‌ଆର୍‌ ସିଟ୍‌ ଓ ମଲ୍ଟିପୁଲ ଚଏସ୍‌ ପ୍ରଶ୍ନୋତ୍ତର ଉଠିଯିବ। ଏହା ବଦଳରେ ୫୦ମାର୍କ ଅବ୍‌ଜେକ୍‌ଟିଭ୍‌(ବସ୍ତୁନିଷ୍ଠ କିମ୍ବା ସଂକ୍ଷିପ୍ତ ଉତ୍ତରମୂଳକ)ରେ ଓ ୫୦ମାର୍କ ସବ୍‌ଜେକ୍‌ଟିଭ୍‌ (ଦୀର୍ଘ ଉତ୍ତରମୂଳକ)ରେ ରହିବ। ଏଥିସହିତ ତିନିସେଟ୍‌ ବଦଳରେ ଚାରିଟି ସେଟ୍‌ ପ୍ରଶ୍ନୋତ୍ତର ପରୀକ୍ଷାର୍ଥୀଙ୍କୁ ମିଳିବ।

ସେହିପରି ଆସନ୍ତା ବର୍ଷ ଅର୍ଥାତ୍‌ ୨୦୧୯ରେ ଆୟୋଜିତ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ଢ଼ାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ୨୦୧୯ରେ ମାଟ୍ରିକ୍‌ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଆଉ ୫୦ ମାର୍କ ନୁହେଁ ବରଂ ଅବ୍‌ଜେକ୍‌ଟିଭ୍‌ରେ ୧୫ମାର୍କ ଓ ସବ୍‌ଜେକ୍‌ଟିଭରେ ୧୫ମାର୍କ ରହିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏବେଠାରୁ ୨୦୨୦-୨୧ ଢ଼ାଞ୍ଚାରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟରେ ସେମାନଙ୍କ ପାଇଁ ଚଳିତବର୍ଷଠାରୁ ଏହି ଢ଼ାଞ୍ଚାରେ ପରୀକ୍ଷା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷା ଜାହାନ ଆରା ବେଗମ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ୍‌ ପରୀକ୍ଷାରେ ଆଣିଥିବା ଏହି ନୂତନ ବ୍ୟବସ୍ଥା ବା ଢ଼ାଞ୍ଚାକୁ ରାଜ୍ୟର ଶିକ୍ଷାବିତ୍‌ମାନଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର