ମଦରୁ ଏତିକି ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଛନ୍ତି ସରକାର

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ୱ ବାବଦକୁ ୩୯୨୫ କୋଟି ଟଙ୍କା ପାଇଥିଲେ | ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦ କୋଟି ଟଙ୍କା ଅବକାରୀ ରାଜସ୍ୱ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି | ବିଧାନସଭାରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ତାରକା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି |

Deccan Chronicle

ଆଜି ଗୃହରେ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଶ୍ନ କରିଥିଲେ ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ କେତେ ରାଜକୋଷକୁ ଆସିଥିଲା ଏବଂ ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ କେତେ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି | ଯାହାର ଉତ୍ତରରେ ମନ୍ତ୍ରୀ ଏହି କଥା କହିଥିଲେ |

ସେହିପରି ସାମାଜିକ ଶୃଙ୍ଖଳା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଦ୍ୟପାନରେ ଅଭ୍ୟସ୍ତ ଥିବା ଜନସାଧାରଣଙ୍କୁ ସରକାରୀ ଅନୁମୋଦିତ ମଦ ଦୋକାନ ମାଧ୍ୟମରେ ସୁଲଭ ତଥା ଉତ୍ତମ ମନର ମଦ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି |

ସମ୍ବନ୍ଧିତ ଖବର