କେନ୍ଦୁଝରରେ ଚନ୍ଦ୍ରାଣୀଙ୍କୁ ମାତ୍‌ ଦେବେ ଅନନ୍ତ, ୫ ବିଧାନସଭା ଆସନରେ ବିଜେଡି ଜିତିବ, କଂଗ୍ରେସକୁ ମିଳିବ ଗୋଟିଏ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ମେ’ ମାସ ୨୩ରେ ମତଗଣନା ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ କେନ୍ଦୁଝର ଲୋକସଭା ଆସନକୁ ଦଖଲ କରିପାରେ ବିଜେପି କାରଣ ବିଜେଡି ତରଫରୁ ରାଜନୀତିରେ ନବାଗତ ଭାବେ ପାଦ ଥାପିଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେପିର ଅଭିଜ୍ଞ ନେତା ଅନନ୍ତ ନାଏକ ଚେକ୍‌ ଦେବେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି। ସେହିଭଳି କଂଗ୍ରେସ ତରଫରୁ ମୋହନ ହେମ୍ବ୍ରମଙ୍କ ‘ହାତ’ ଏଥର ଟାଣ ହୋଇ ପାରିବ ନାହିଁ ବୋଲି ମତଦାତାଙ୍କ ମୁଡ୍‌ କହୁଛି।

 

ଅନ୍ୟପଟେ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍‌ କରିପାରେ ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୫ଟି ଏବଂ କଂଗ୍ରେସ ଖାତାକୁ ମାତ୍ର ଗୋଟିଏ ବିଧାନସଭା ସିଟ୍‌ ଯାଇପାରେ ବୋଲି ରିପୋର୍ଟ କହୁଛି।

ତେଲକୋଇରେ ୫ମ ଥର ବିଜେଡି
ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ପୂର୍ବଭଳି ଗତ ୪ଟି ନିର୍ବାଚନରେ ବିଜେଡିର ଗଡ଼ ହୋଇ ରହିଥିବା ତେଲକୋଇରେ ପଞ୍ଚମ ଥର ପାଇଁ ବିଜେଡି କ୍ଷମତା ଜାହିର କରିବ ଆଉ ବିଜେଡିର ପ୍ରେମାନନ୍ଦ ନାୟକ ଏଥର ବିଜେପି ଓ କଂଗ୍ରେସର ନୂଆ ପ୍ରାର୍ଥୀଙ୍କୁ ଚେକ୍‌ ଦେଇ ଶଙ୍ଖ ଦୁର୍ଗକୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇପାରନ୍ତି ବୋଲି ରିପୋର୍ଟ କହୁଛି।

ଘସିପୁରାରେ କଂଗ୍ରେସ ଜିତିବ
ସେହିଭଳି ଚଳିତ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ଘଷିପୁରାରେ କଂଗ୍ରେସ କମାଲ କରିବ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି। କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ବିଜେଡି ଲଗାତାର ଏଠାରେ ଦୁଇ ବିଜୟ ଟୀକା ପିନ୍ଧିଥିଛି। ହେଲେ ଏଥର ବିଜେଡିର ହେଭିୱେଟ୍‌ ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ବାଦ୍‌ ଦେଇ ଘଷିପୁରାବାସୀ ପିସିସି ସଭାପତି ନିରନ ପଟ୍ଟନାୟକଙ୍କ ସାଥ୍‌ ଦେଇଛନ୍ତିି ବୋଲି ଭୋଟରଙ୍କ ରିପୋର୍ଟ କହୁଛି।

ଆନନ୍ଦପୁରରେ ପୁଣି ବିଜେଡିକୁ ସଫଳତା
ଅନ୍ୟପଟେ ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏଥର ଏଥର ପୁଣି ୨୦୦୯ ଏବଂ ୨୦୧୪ର ଫଳାଫଳ ରିପିଟ୍‌ ହେବ ବୋଲି ରିପୋର୍ଟ କହୁଛି। କାରଣ ବିଜେପି ଛାଡ଼ି ବିଜେଡି ଘର ବାହୁଡ଼ା କରିଥିବା ଭାଗିରଥୀ ସେଠିଙ୍କୁ ଆନନ୍ଦପୁରବାସୀ ଭରସିଛନ୍ତି ବୋଲି ଏକଜିଟ୍‌ ପୋଲ ରିପୋର୍ଟ କହୁଛି। ଆଉ କଂଗ୍ରେସର ଜୟଦେବ ଜେନାଙ୍କୁ ପୁର୍ନବାର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିପାରେ ବୋଲି ରିପୋର୍ଟ କହୁଛି।

ପାଟଣାରେ ବିଜେଡିକୁ ଭରସା କଲେ ମତଦାତା
ସେହିଭଳି ପାଟଣା ବିଧାନସଭା ଆସନ ପାଇଁ ଏଥର ପୁଣିଥରେ ବିଜେଡିକୁ ଭରସିଛନ୍ତି ପାଟଣାବାସୀ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପଟେ ବିଜେପିର ଭବାନୀ ଶଙ୍କର ନାଏକ ଓ କଂଗ୍ରେସର ବିନୋଦ ବିହାରୀ ନାଏକଙ୍କୁ ପରାଜୟର ଦ୍ୱାରା ଦେଖିବାକୁ ପଡ଼ିପାରେ ବୋଲି ରିପୋର୍ଟ କହୁଛି।

କେନ୍ଦୁଝର ବିଧାନସଭାରେ ବିଜେଡିର ହ୍ୟାଟ୍ରିକ୍‌
ଏକଜିଟ୍‌ ପୋଲ ରିପୋର୍ଟ ଅନୁସାରେ କେନ୍ଦୁଝର ବିଧାନସଭା ଆସନରେ ହ୍ୟାଟ୍ରିକ୍‌ ମାରିବ। ବିଜେଡି ତେବେ ବିଜେଡିର ମାଧବ ସର୍ଦ୍ଦାରଙ୍କୁ କେନ୍ଦୁଝର ବିଧାନସଭା କ୍ଷେତ୍ରର ସର୍ଦ୍ଦାର ଭାବେ ବାଛି ଉଭୟ ବିଜେପି ଓ କଂଗ୍ରେସ ସ୍ୱପ୍ନକୁ ଭାଙ୍ଗି ଦେଇ ପାରନ୍ତି ଭୋଟର ବୋଲି ରିପୋର୍ଟ କହୁଛି।

ଅନିଶ୍ଚିତତାରେ ଚମ୍ପୁଆ ଆସନ
ଏହି ଲୋକସଭା ଆସନର ସବୁଠାରୁ ହାଇଭୋଲଟେଜ୍‌ ଆସନ ଚମ୍ପୁଆ କ୍ଷେତ୍ରରେ ଏଥର କଡ଼ା ମୁକାବିଲା ହୋଇପାରେ ବୋଲି ଭୋଟରଙ୍କ ମୁଡ୍‌ କହୁଛି। କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ଏଯାବତ ବିଜେଡି-ବିଜେପି କେହି ବିଜୟର ସ୍ୱାଦ ଚାଖି ନଥିବାବେଳେ ଏଠାରେ ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ରହି ଆସିଛି। ହେଲେ ଚଳିତ ଥର ବିଜେଡି ପ୍ରାର୍ଥୀ ମୀନାକ୍ଷୀ ମହାନ୍ତି, ବିଜେପିର ମୁରଲୀ ଶର୍ମା ଓ କଂଗ୍ରେସର ଯଦୁମଣୀ ବାରିକଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରିପୋର୍ଟ କହୁଛି।

କରଂଜିଆରେ ପୁଣି ବାଜିବ ଶଙ୍ଖ
ଅନ୍ୟପଟେ ବିଜେଡିର ଦୁର୍ଗ ବୋଲାଉଥିବା କରଂଜିଆ ଆସନକୁ ଏଥର ବିରୋଧୀ ଭେଦ କରିପାରିବେ ନାହିଁ ବୋଲି ରିପୋର୍ଟ କହୁଛି। ଚତୁର୍ଥ ଥର ପାଇଁ ବିଜେଡ଼ି ଏଠାରେ ବିଜୟ ବାନା ଉଡ଼ାଇ ଉଭୟ ବିଜେପି ଓ କଂଗ୍ରେସକୁ ଚେକ୍‌ ଦେବାକୁ ସକ୍ଷମ ହୋଇପାରେ ବୋଲି ରାଜ୍ୟ ଇିତିହାସର ବଡ଼ ଏକଜିଟ୍‌ ପୋଲ ସମ୍ବାଦ-କନକ ନ୍ୟୁଜ୍‌ ରିପୋର୍ଟ ଆଧାରରରେ ଜନତା ନିଜର ମତ ରଖିଛନ୍ତି।

ସମ୍ବନ୍ଧିତ ଖବର