କୋରାପୁଟ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ, ୪ ବିଧାନସଭାରେ ଜିତିପାରେ ବିଜେଡି, ବିଜେପିକୁ ୧ ଓ ସ୍ୱାଧୀନ ୧

ଭୁବନେଶ୍ୱର: ଶେଷ ହେଲା ୧୯ ପରୀକ୍ଷା। ୨୩ରେ ମତଗଣନା ପୂର୍ବରୁ ଆସିଲା ଏକଜିଟ୍‌ ପୋଲ୍‌ ରିପୋର୍ଟ। ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ କେରାପୁଟ ଲୋକସଭା ଆସନରେ ହୋପାରେ ତ୍ରିିମୁଖୀ ଲଢ଼େଇ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିପାରେ କଡ଼ା ଫାଇଟ୍‌ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ଅନ୍ୟପଟେ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍‌ କରିପାରେ। ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି ଏବଂ ବିଜେପି ଖାତାକୁ ଗୋଟିଏ ଏବଂ ସ୍ୱାଧୀନ ଖାତାକୁ ମାତ୍ର ଗୋଟିଏ ବିଧାନସଭା ସିଟ୍‌ ଯାଇପାରେ ବୋଲି ରିପୋର୍ଟ କହୁଛି।

ଗୁଣପୁରରେ କ୍ଷମତା ଜାରି ରଖିପାରେ ବିଜେଡି
ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ପୂର୍ବଭଳି ବିଗତ ନିର୍ବାଚନରେ ବିଜେଡିର ଗଡ଼ ହୋଇ ରହିଥିବା ଗୁଣୁପୁର ବିଧାନସଭା କ୍ଷେତ୍ରରେ ପୁଣି ବିଜେଡି କ୍ଷମତା ଜାହିର କରିପାରେ। ଆଉ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଏଥର ବିଜେପି ଓ କଂଗ୍ରେସକୁ ଚେକ୍‌ ଦେଇ ଶଙ୍ଖ ଦୁର୍ଗକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରନ୍ତି ବୋଲି ରିପୋର୍ଟ କହୁଛି।

ବିଷମକଟକରେ ଜିତିପାରେ ବିଜେଡି
ସେହିଭଳି ଚଳିତ ନିର୍ବାଚନର ବିଷମକଟକ ବିଧାନସଭା ଆସନରେ ପୁଣି ବିଜେଡି କମାଲ କରିବ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି। କାରଣ ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ କଂଗ୍ରେସ ଏଠାରେ ପତିଆରା ଜାହିର କରିଥିଲା। ହେଲେ ବିଗତ ଦୁଇଟି ନିର୍ବାଚନରେ ଲଗାତାର ଦସ୍ୱବଥର ବିଜୟୀ ହୋଇଥିବା ବିଜେଡି ଏଥର ପୁଣି କ୍ଷମତା ଡ଼ୋରୀ ଧରିବ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ବଦଳିପାରେ ରାୟଗଡ଼ାର ସମୀକରଣ
ଅନ୍ୟପଟେ ରାୟଗଡ଼ା ବିଧାନସଭା କ୍ଷେତ୍ରରେ ଏଥର ସମୀକରଣ ବଦଳିପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟ କହୁଛି। କାରଣ ୨୦୦୯ ଏବଂ ୨୦୧୪ର ଫଳାଫଳ ବିଜେଡି ସପକ୍ଷରେ ଯାଇଥିବାବେଳେ ଏଥର ସ୍ୱାଧୀନ ପ୍ରାର୍ଥୀ କମାଲ କରିପାରନ୍ତିି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ଲକ୍ଷ୍ମୀପୁରରେ ଏଥର ବିଜେଡି!
ସେହିଭଳି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ଏଥର ପୁଣିଥରେ ବିଜେଡିକୁ ଭରସିଛନ୍ତି ଲକ୍ଷ୍ମୀପୁରବାସୀ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ସମ୍ଭାବନା ରହିଛି। ଅନ୍ୟପଟେ ବିଜେପି ଓ କଂଗ୍ରେସ ପରାଜୟର ଦ୍ୱାରା ଦେଖିବାକୁ ପଡ଼ିପାରେ ବୋଲି ରିପୋର୍ଟ କହୁଛି।

ଜୟପୁରରେ କଡ଼ା ଟକ୍କର ହୋଇପାରେ
ଏକଜିଟ୍‌ ପୋଲ ରିପୋର୍ଟ ଅନୁସାରେ ସବୁଠାରୁ ଚର୍ଚ୍ଚିତ ଜୟପୁର ବିଧାନସଭା ଆସନରେ କାଣ୍ଟୋ କା ଟକ୍କର ଦେଖିବାକୁ ମିଳିପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଅନୁମାନ କରାଯାଉଛି। ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍‌ ହୋଇପାରେ ବୋଲି ରିପୋର୍ଟ କହୁଛି।

କୋରାପୁଟରେ କଂଗ୍ରେସ ହାତରୁ ଯାଇପାରେ କ୍ଷମତା
ଏହି ଲୋକସଭା ଆସନର ସବୁଠାରୁ ହାଇଭୋଲଟେଜ୍‌ ଆସନ କେରାପୁଟ କ୍ଷେତ୍ରରେ ଏଥର କଂଗ୍ରେସ ହାତରୁ ଶାସନ ଡ଼ୋରୀ ଛଡ଼ାଇ ନେଇପାରେ ବିଜେଡି ବୋଲି ଭୋଟରଙ୍କ ମୁଡ୍‌ ଏକଜିଟ୍‌ ପୋଲ ରିପୋର୍ଟରୁ ଜଣାପଡୁଛି।

ବିଜେଡିକୁ ମିଳିପାରେ ପଟାଙ୍ଗୀ ଆସନ
ଅନ୍ୟପଟେ ବିଜେଡିର ଦୁର୍ଗ ବୋଲାଉଥିବା ପଟାଙ୍ଗୀ ଆସନକୁ ଏଥର ବିରୋଧୀ ଭେଦ କରିପାରିବେ ନାହିଁ ବୋଲି ରିପୋର୍ଟ କହୁଛି। ପୁଣିଥରେ ବିଜେଡ଼ି ଏଠାରେ ବିଜୟ ବାନା ଉଡ଼ାଇ ଉଭୟ ବିଜେପି ଓ କଂଗ୍ରେସକୁ ଚେକ୍‌ ଦେବାକୁ ସକ୍ଷମ ହୋଇପାରେ ବୋଲି ରାଜ୍ୟ ଇିତିହାସର ବଡ଼ ଏକଜିଟ୍‌ ପୋଲ ସମ୍ବାଦ-କନକ ନ୍ୟୁଜ୍‌ ରିପୋର୍ଟ ଆଧାରରରେ ଜନତା ନିଜର ମତ ରଖିଛନ୍ତି।

ସମ୍ବନ୍ଧିତ ଖବର