ବିଜେପି କାର୍ଯ୍ୟାଳୟରେ ଫୁଟିଲା ଗୁଳି, ଯୁବକ ମୃତ

0 680

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ବିଜେପି କାର୍ଯ୍ୟାଳୟରେ ଗୁଳି ଫୁଟିଛି। ଏଥିରେ ଜଣେ ଦଳୀୟ ସଦସ୍ୟ ବୁଲୁ ସତନାମୀ (୧୮)ଙ୍କ ମୃତ୍ୟୁ ହୋଇଛି। ଭଟଲି ପୁଲିସ ଘଟଣାସ୍ଥଳରୁ ପିସ୍ତଲ ଓ ଖୋକା ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଜେରା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁସାରେ, ବୁଲୁଙ୍କ ଘର ସୋହେଲା ଚମାରପଡ଼ା ତାଙ୍କ ପିତା ହେଲେ ସୁମନ୍ତ ସତନାମୀ। ଭଟଲି ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ଆଜି କାର୍ଯ୍ୟକର୍ତ୍ତାଙ୍କ ବୈଠକ ବସିଥିଲା। ବୈଠକରେ ଯୋଗ ଦେବାକୁ ବୁଲୁ ସେଠାକୁ ଯାଇଥିଲେ। ତେବେ ବୈଠକ ଚାଲିଥିବାବେଳେ ହଠାତ୍‌ ଗୁଳି ଫୁଟିଥିଲା। ଗୁଳି ବୁଲୁଙ୍କ ଦେହରେ ଲାଗିଥିଲା। ତାଙ୍କୁ ପ୍ରଥମେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ବାଟରେ ବୁଲୁଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବୁର୍ଲା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ଗୁଳି ବୁଲୁଙ୍କ ମୁଣ୍ଡରେ ରହିଯାଇଛି। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଥିଲେ ହେଁ ଘଟଣାର ଠୋସ୍‌ ତଥ୍ୟ ହାତରେ ଲାଗି ନାହିଁ। ଅନ୍ୟପକ୍ଷରେ ଏହା ଏକ ରାଜନୈତିକ ଶତ୍ରୁତାର ପରିଣତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତାକାଲି ଛାନ୍‌ଭିନ୍‌ ପରେ ପରେ ବିସ୍ତୃତ ଘଟଣା ଜଣାପଡ଼ିବ ବୋଲି ଭଟଲି ପୁଲିସ୍‌ କହୁଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.