ସୁନ୍ଦରଗଡ଼ : ନକଲି ଡାକ୍ତର ପଦ୍ମନାଭନ ଗିରଫ

ସୁନ୍ଦରଗଡ଼/ରାଉରକେଲା : ପ୍ରଶାସନକୁ ଭୁଆଁ ବୁଲାଇ ୨୦୧୬ ମସିହାରୁ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନକଲି ଡାକ୍ତର ପଦ୍ମନାଭନ ମୁଖୀ କରୁଆଙ୍କୁ ସୁନ୍ଦରଗଡ଼ ପୁଲିସ ଗିରଫ କରିଛି। ଗତକାଲି ରାତିରେ ସୁନ୍ଦରଗଡ଼ ରାଣୀବଗିଚା ନିକଟରୁ ସେ ଧରା ପଡ଼ିଥିବା ପୁଲିସ କହିଛି। ଗିରଫ ପରେ ପଦ୍ମନାଭନଙ୍କ ସମେତ ସନ୍ଦେହ ଘେରରେ ଥିବା ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ଥାନାରେ ଉପସ୍ଥିତ ରହି ଜାଲ୍‌ ଡାକ୍ତରୀ ସାର୍ଟିଫିକେଟ୍‌ ରାକେଟ୍‌ର ପର୍ଦ୍ଦା ଉନ୍ମୋଚନ ପାଇଁ ଉଦ୍ୟମ କରୁଛନ୍ତି। ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନକଲି ଡାକ୍ତର ପଦ୍ମନାଭନ କାରୁଆଙ୍କ ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପଦ୍ମନାଭନ ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହିଥିଲେ। ପରେ ସିଡିଏମ୍‌ଓ ସରୋଜ ମିଶ୍ର ଗତକାଲି ସୁନ୍ଦରଗଡ଼ ଟାଉନ ଥାନାରେ ନକଲି ଡାକ୍ତର ପଦ୍ମନାଭନଙ୍କ ବିରୋଧରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର