ଖୁବ୍‌ଶୀଘ୍ର ରାଜ୍ୟରୁ ଧରା ହେବେ ଜାଲ୍‌ ଡାକ୍ତର

ଭୁବନେଶ୍ୱର : ଖୁବ୍‌ଶୀଘ୍ର ଧରା ହେବେ ଜାଲ୍‌ ଡାକ୍ତର। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ଏ ସଂପର୍କ‌ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ରେ ଜାଲ୍‌ ଡାକ୍ତର ଧରା ପଡ଼ିବା ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏପରି କାରବାର ଚାଲିଥିବା ଅଭିଯୋଗ ଉଠିଥିଲା। କିଛି ବ୍ୟକ୍ତି ଡାକ୍ତରୀ ପାଠ ନ ପଢ଼ି ଲୋକଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା। ତେବେ ସେହି ଜାଲ୍‌ ଡାକ୍ତରମାନଙ୍କୁ ଧରିବା ପାଇଁ ଏବେ ଏକ ଟିମ୍‌ ଗଠନ କରାଯିବ। ଉକ୍ତ ଟିମ୍‌ ଜାଲ୍‌ ଡାକ୍ତରଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସମ୍ବନ୍ଧିତ ଖବର