ନକଲି ଆଇଏଏସ୍‌ ଗିରଫ ଘଟଣା : ରିମାଣ୍ଡରେ ମାଲକାନଗିରି ଆସିିବ

ଠକ ସାମ୍ବାଦିକ ବି ଗିରଫ

ମାଲକାନଗିରି/ସାରସକଣା : ଗତକାଲି ଗିରଫ ହୋଇଥିବା ନକଲି ଆଇଏଏସ୍‌ ରଜତ ପଣ୍ଡାଙ୍କୁ ମାଲକାନଗିରି ପୋଲିସ୍‌ ରିମାଣ୍ଡରେ ଆଣିବ। ମାଲକାନଗିରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଏତଲା ଆଧାରରେ ପୁଲିସ୍‌ ମାମଲା ରୁଜ୍ଜୁ କରିଛି। ରଜତ ଉପଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ନାଁରେ ଏକ ଫେସ୍‌ବୁକ୍‌ ଖୋଲି ବହୁ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି।

ଅନ୍ୟପକ୍ଷରେ, ରଜତଙ୍କୁ ସାହାଯ୍ୟ କରିଥିବା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆର ଜଣେ ସାମ୍ବାଦିକ ଅବିନାଶ ପ୍ରହରାଜଙ୍କୁ ଆଜି ପୁଲିସ୍‌ କରିଛି।

ପ୍ରକାଶଥାଉକି, ନିଜକୁ ଆଇଏଏସ୍‌ ଅଫିସର ପରିଚୟ ଦେଇ ଖୁଣ୍ଟା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିବା ରଜତ ପଣ୍ଡା ଜଣେ କୁଖ୍ୟାତ ଠକ ବୋଲି ଜଣାପଡ଼ିବା ପରେ ମଙ୍ଗଳବାର ରାତିରେ ଖୁଣ୍ଟା ପୁଲିସ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର