ନକଲି ନକ୍ସଲ ଗିରଫ

ଜୟପୁର : ଜୟପୁର ସଦରଥାନା ନକଲି ନକ୍ସଲ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜୟପୁର ବ୍ଲକ ଗଡପଦର ଗାଁର ଡମ୍ବରୁ ବେନିଆ(୨୩)। ସୂଚନାଯୋଗ୍ୟ, ପୂର୍ବରୁ ଅକ୍ଟୋବର ୧ତାରିଖରେ ଜୟପୁର ସଦର ପୁଲିସ ଏହି ଘଟଣାରେ ୩ଜଣ ଙ୍କୁ ଧରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ନନ୍ଦପୁର ଥାନା ଅନ୍ତର୍ଗତ ହାଟପେଟା ନୂଆଗୁଡାର ଦୈତାରୀ ଖିଲ (୨୮), ଜୟପୁର ସଦର ଥାନା ଅନ୍ତର୍ଗତ ଶୁଖିଆଗୁଡା କଳାଗୁଡା ଗାଁର ସୋମନାଥ ପାଙ୍ଗୀ (୩୦) ଓ କୋଟା ଜଙ୍ଗସନ ନିକଟ ଗୌଡଗୁଡାର ପ୍ରଭୁ ଗୌଡ (୧୯)। ଏମାନେ ବୈପାରିଗୁଡା-ନାଗାବଳୀ ଡିଭିଜନ୍ ନକ୍ସଲ ନାମରେ ଜୟପୁର ଓ ନିଟକସ୍ଥ ଧନିକ ଏବ˚ ବ୍ୟବସାୟୀଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିଲେ।

ସମ୍ବନ୍ଧିତ ଖବର