ମୁଖ୍ୟମନ୍ତ୍ରୀଙ୍କ ସଭାର ମିଛ ଖବର ପ୍ରସାରଣ : କ୍ଷମାପ୍ରାର୍ଥନା ପରେ ୨ ଯୁବକ ଛାଡ଼ ପାଇଲେ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୧୦ ତାରିଖ ଦିନ ବାରୁଅ ସିଦ୍ଧବଟ ପଡ଼ିଆରେ ଅନୁଷ୍ଠିତ ମିସନ୍ ଶକ୍ତି ସମାବେଶରେ ଲକ୍ଷାଧିକ ଲୋକଙ୍କ ସମାବେଶ ହୋଇଥିଲା। ତେବେ ସେଠାରେ ଦଳାଚକଟା ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି ବୋଲି ଏକ ଗୁଜବକୁ ସୋସିଆଲ ମିଡିଆ‌ (ୱେବ୍‌ ପୋର୍ଟାଲ)ରେ ପ୍ରସାରଣ କରିଥିବା ଦୁଇ ଯୁବକଙ୍କୁ ହଟହଟା ହୋବକୁ ପଡ଼ିଛି। ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଛି। ମିଥ୍ୟା ଖବର ପ୍ରସାରଣ କରିଥିବାରୁ ଦୁଇ ଯୁବକ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି। ଏହି ଯୁବକ ହେଲେ କଟକରେ ରହୁଥିବା ଜଗତସିଂହପୁର ଅଂଚଳର ବିଚିତ୍ର ରଂଜନ ସାହୁ ଓ ସଦର ଥାନା ଅଂଚଳର ଶୁଭ୍ରାଂଶୁ ଶେଖର ଶତପଥୀ। ପିଆର୍‌ ବଣ୍ତରେ ଉଭୟଙ୍କୁ ଛଡ଼ା ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର