କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ନକଲି ସାମ୍ପୁ ଓ ଫେସ୍ୱାସ୍ ଜବତ ହେବା ଘଟଣାରେ ଦୁଇ ଜଣ ବ୍ୟବସାୟୀ ଜେଲ୍ ଯାଇଛନ୍ତି। ସେମାନେ ହେଲେ କଣ୍ଟାବାଞ୍ଜି ବଜାର ରୋଡ୍ରେ ଥିବା ମହାବୀର ଜେନେରାଲ ଷ୍ଟୋରର ସୁମିତ ଅଗ୍ରୱାଲ ଏବଂ ରୋଡ୍ ନଂ ୩ର ମଣ୍ଟୁ ଗୋୟଲ। ସେହିପରି ଅନ୍ୟ ଦୁଇ ଜଣ ବ୍ୟବସାୟୀ ରୋଡ୍ ନଂ ୩ର ବିଷ୍ଣୁ ପ୍ରସାଦ ଜୈନ ଏବଂ ରୋଡ୍ ନଂ ୨ର ରାକେଶ ଅଗ୍ରୱାଲଙ୍କ ବିରୋଧରେ ଏତଲା ଥିବାରୁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଂଟାବାଞ୍ଜି ସହରରେ ହିନ୍ଦୁସ୍ଥାନ-ୟୁନିଲିଭର ଲିମିଟେଡର ନକଲି ସାମ୍ପୁ ବିକ୍ରି ହେଉଥିବା ଅଭିଯୋଗରେ ଶନିବାର ରାତିରେ ପୁଲିସ ଓ କମ୍ପାନିର କର୍ମଚାରୀମାନେ ବିଭିନ୍ନ ଦୋକାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ନକଲି କ୍ଲିନିକ ପ୍ଲସ ସାମ୍ପୁ, ଲେକ୍ମିର ଆଇ ଲାଇନର୍, ଫେସ୍ୱାସ ଆଦି ଜବତ କରାଯାଇଥିଲା। ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍ର ଆଟର୍ନି ନୟନତାରା ଡେନି କଂଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ନକଲି ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ବ୍ୟବସାୟୀ ସୁମିତ ଏବଂ ମଣ୍ଟୁଙ୍କୁ ଗିରଫ କରିଥିଲା। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/vlcsnap-2019-09-15-15h50m42s43-750x430-1.png)