ବିହାରର ୪ ଜାଲ୍‌ ପରୀକ୍ଷାର୍ଥୀ ଧରାପଡ଼ିଲେ

ରାଉରକେଲା : କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) କନ୍‌ଷ୍ଟେବଲ୍‌ (ଅଗ୍ନିଶମ) ଚୟନ ପାଇଁ ଆଜି ଅନୁଷ୍ଠିତ ଲିଖିତ ପରୀକ୍ଷା ବେଳେ ୪ ଜଣ ଜାଲ୍‌ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ସମସ୍ତଙ୍କ ଘର ବିହାର। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପ୍ଲାଣ୍ଟ୍‌ ସାଇଟ୍‌ ଥାନା ଓ ଜଣଙ୍କୁ ସେକ୍ଟର-୧୫ ଥାନାରେ ଅଟକ ରଖି ପୁଲିସ୍‌ ଅନୁସନ୍ଧାନ ଜାରି ରଖିଛି। ସିଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ୍‌ ଚୟନ ଲାଗି ରାଉରକେଲାର ସେକ୍ଟର-୨୧ ଗୁରୁ ନାନକ ପବ୍ଲିକ୍‌ ସ୍କୁଲ, ସେକ୍ଟର-୧୪ ଦିଲ୍ଲୀ ବପ୍ଲିକ୍‌ ସ୍କୁଲ୍‌ (ଡିପିଏସ୍‌) ଓ ସେକ୍ଟର-୪ ପଦ୍ମନାଭ ଇଞ୍ଜିନିୟରିଂ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ୨ଟା ଯାଏ ପରୀକ୍ଷା ନିର୍ଘଣ୍ଟ ଥିବା ବେଳେ ପ୍ରାର୍ଥୀମାନଙ୍କୁ ଦୁଇ ଘଣ୍ଟା ପୂର୍ବରୁ (ପୂର୍ବାହ୍ନ ୧୦ଟା)ରେ ପହଞ୍ଚିବାକୁ କୁହାଯାଇଥିଲା। ରିପୋର୍ଟିଂ ପାଇଁ ଆସୁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଫାଟକରୁ ଯାଞ୍ଚ କରାଯାଉଥିଲା। ଯାଞ୍ଚ ସମୟରେ ବିଦ୍ୟାଭୂଷଣ, ମନୋଜ କୁମାର, ରଭିସ୍‌ କୁମାର ଓ ଅନ୍ୟ ଜଣେ ଜାଲ୍‌ ପରୀକ୍ଷାର୍ଥୀ ଧରାପଡ଼ିଥିଲେ। ସମସ୍ତଙ୍କ ଘର ବିହାର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର