୩ଦିନିଆ ରିମାଣ୍ଡ ଶେଷ, ଜେଲ୍‌କୁ ଫେରିଲା ବଣ୍ଟି

ବଲାଙ୍ଗୀର : ଜାଲ୍‌ ଟର୍ମ ଡିପୋଜିଟ୍‌ ରିସିପ୍ଟ (ଟିଡିଆର୍‌) ଦେଇ କୋଟି କୋଟି ଟଙ୍କାର କାମ ହାତେଇଥିଲେ କଳାହାଣ୍ଡି ଜିଲ୍ଲାର ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ, ପୁଅ ବଣ୍ଟି ଅଗ୍ରୱାଲ ଓ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ। ୫ଟି ଜିଲ୍ଲାରେ ୧୮ଟି ମାମଲା ରୁଜୁ ହୋଇଥିଲା ରାଜେନ୍ଦ୍ର-ବଣ୍ଟି ଓ ସ୍ତ୍ରୀ ସାବିତ୍ରୀଙ୍କ ବିରୋଧରେ। ପୂର୍ବରୁ ବାପା ରାଜେନ୍ଦ୍ର ଅଗ୍ରୱାଲଙ୍କୁ ବଲାଙ୍ଗୀର ପୁଲିସ ଆଣିବା ସହ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା। ସେହିପରି ପୁଅ ବଣ୍ଟିକୁ ରିମାଣ୍ଡରେ ନେଇ ଗତ ୩ ଦିନ ଧରି ପୁଲିସ ଏସ୍‌ଡିପିଓ ନାରାୟଣ ନାୟକ, ଟାଉନ୍‌ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ବିଭିନ୍ନ ପର୍ଯ୍ୟାୟରେ ପଚରା ଉଚୁରା ଚଳାଇଥିଲେ। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ଦାସ ଓ ଅନ୍ୟମାନଙ୍କୁ ଥାନାକୁ ଡକାଇ କଥା ହୋଇଥିଲେ। ମାତ୍ର ଚୁପ୍‌ ରହିବା ସହ କିଛି ଜାଣି ନଥିବା କହୁଥିଲା। ଗୁରୁବାର ରିମାଣ୍ଡ ଅବଧି ସରିଯାଇଥିବା ବେଳେ ବଣ୍ଟିକୁ ପୁଣି ଥରେ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର