ଜାଲ୍‌ ଟିଡିଆର୍‌ ଘଟଣା: ପୁଲିସ ରିମାଣ୍ଡରେ ରାଜେନ୍ଦ୍ର ଅଗ୍ରଓ୍ଵାଲ

ବଲାଙ୍ଗୀର : ବଲାଙ୍ଗୀର ପୂର୍ତ୍ତ ବିଭାଗରେ ଜାଲ ଟିଡିଆର୍‌ ଦେଇ ଠିକା କାମ ହାତେଇଥିବା ଘଟଣାରେ ଅଭିଯୁକ୍ତ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣିଲା ବଲାଙ୍ଗୀର ଟାଉନ ଥାନା ପୁଲିସ। କଳାହାଣ୍ଡି ଜିଲ୍ଲାର ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ ଓ ତାଙ୍କ ପିତା ରାଜେନ୍ଦ୍ର ଅଗ୍ରୱାଲ ବଲାଙ୍ଗୀର ପୂର୍ତ୍ତ ବିଭାଗରେ ଜାଲ୍‌ ଟିଡିଆର୍‌ ଦେଇ କୋଟିି କୋଟି ଟଙ୍କାର ଠିକା କାମ ହାତେଇଥିବା ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଚାର ବିଭାଗୀୟ ହାଜତରେ ଥିବା ରାଜେନ୍ଦ୍ରଙ୍କୁ ତିନିଦିନିଆ ରିମାଣ୍ଡ ପାଇଁ ଟାଉନ ପୁଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ବଲାଙ୍ଗୀର ଏସଡିଜେଏମ କୋର୍ଟ ରାଜେନ୍ଦ୍ରଙ୍କୁ ଦୁଇଦିନ ପୁଲିସ ରିମାଣ୍ଡ ପାଇଁ ମଙ୍ଗଳବାର ଅନୁମତି ଦେଇଥିଲେ। ଅନ୍ୟ ଅଭିଯୁକ୍ତ ବଂଟି ଅଗ୍ରୱାଲଙ୍କୁ ମଧ୍ୟ ପୁଲିସ ରିମାଣ୍ଡରେ ଆଣିବ ବୋଲି ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର