ଟ୍ରାକ୍‌ରୁ ଖସିଲା ଫାଲକ୍‌ନୁମା ଏକ୍ସପ୍ରେସ୍‌ ଟ୍ରେନ୍‌, ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ଗୁରୁବାର ଅପରାହ୍ନରେ କଟକ ଜିଲ୍ଲା କପିଳାସ ରୋଡ ଦେଇ ଯାଉଥିବା ଫାଲକନୁମା ଏକ୍ସପ୍ରେସ୍‌ ଟ୍ରେନ୍‌ ଝାଡେଶ୍ୱର କଡେଇ ଷ୍ଟେସନ୍‌ ନିକଟରେ ଟ୍ରାକ୍‌ରୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହି ଆକସ୍ମିକ ଦୁର୍ଘଟଣାରେ ସୌଭାଗ୍ୟବଶତଃ ଟ୍ରେନ୍‌ ଭିତରେ ବସିଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ତେବେ ଟ୍ରେନ୍‌ଟି କିପରି ଟ୍ରାକ୍‌ରୁ ଖସିଲା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସେ ନେଇ କୌଣସି ଖବର ମିଳି ନ ଥିଲା। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ ଚ୍ୟୁତ ହୋଇଛି।ଏହି ଦୁର୍ଘଟଣାପରେ ଏକଘଣ୍ଟା ଧରି ଟ୍ରେନ୍‌ ଯାତାୟାତରେ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

ଘଟଣା ନେଇ ରେଳବାଇ କର୍ମଚାରୀ ତନାଘନା ଆରମ୍ଭ କରି ଦେଇଛନ୍ତି। ତେବେ ଟ୍ରାକ୍‌ରୁ ଟ୍ରେନ୍‌ ଖସିବା ପରେ ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଟ୍ରାକ୍‌ରେ ଅଟକାଇ ଦେଇଥିଲେ। ଟ୍ରାକ୍‌ରୁ ଟ୍ରେନ୍‌ ଖସିବା ଜାଣିବା ପରେ ଫାଲକନୁମା ଏକ୍ସପ୍ରେସ୍‌ ଟ୍ରେନ ଭିତରେ ବସିଥିବା ଯାତ୍ରୀମାନେ ଯେତେବେଳେ ଖବର ପାଇଥିଲେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କିଛି ଯାତ୍ରୀ ଭୟଭୀତ ହୋଇ ପଡ଼ିଥିବା ବେଳେ କେତେକ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର