ପାରାଦୀପ: କୋଷ୍ଟଗାର୍ଡ଼ ଗୁଳିରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଅଭିଯୋଗ

ପାରାଦୀପ: ଗଭୀର ସମୁଦ୍ରରେ ମାଛ ମାରୁଥିବା ବେଳେ କୋଷ୍ଟଗାର୍ଡ଼ ଗୁଳିରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଛିି। ମୃତ ମତ୍ସ୍ୟଜୀବୀଙ୍କ ମୃତଦେହ ଏବେ ବି ପାରାଦୀପ ପୋର୍ଟ ଡାକ୍ତରଖାନା ପରିସରରେ ଥିବା ବେଳେ ତାଙ୍କ ମୃତଦେହକୁ ଦେଖିବା ପାଇଁ ପରିବାର ଲୋକଙ୍କୁ ସୁଯୋଗ ଦିଆଯାଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ମାୟାଧର ମଲ୍ଲିକ ନାମକ ଜଣେ ବ୍ୟକ୍ତି ଅନ୍ୟ ସାଥୀମାନଙ୍କ ସହିତ କାନୁନଗୋ-୧ ନାମକ ଏକ ବୋଟ୍‌ ନେଇ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନେ ମାଛ ମାରୁଥିବା ବେଳେ ଏହି ବୋଟ ଉପରକୁ କୋଷ୍ଟଗାର୍ଡ଼ ପକ୍ଷରୁ ଅତର୍କିତ ଗୁଳିମାଡ଼ କରାଯିବାରୁ ମାୟାଧର ଗୁଳିର ଶିକାର ହୋଇଥିଲେ। ଏହି ଗୁଳିମାଡ଼ରେ ମାୟଧରଙ୍କର ମୃତ୍ୟୁ ଘଟିଥିବା ତାଙ୍କ ଭାଇ ଓ ଶଳା ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମୃତ ମାୟାଧରଙ୍କ ଶବକୁ ପରିବାର ଲାକଙ୍କୁ ଦିଆଯାଇ ନାହିଁ। ତେଣୁ ପରିବାର ଲୋକଙ୍କର ସନ୍ଦେହ ବଢ଼ିବଢ଼ି ଚାଲିଥିବା ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର