ପରିବାର ଓ ବାପ-ପୁଅ ରାଜନୀତି, ବିଜେଡି ଯୋଡ଼ି ନିଆରା

ଭୁବନେଶ୍ବର : କଂଗ୍ରେସ ଦଳରେ ବାପ-ପୁଅଙ୍କୁ ଟିକେଟ୍‌ ମିଳିବା ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଏଆଇସିସି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ରହିଛି ଦୁଇ ବାପ-ପୁଅ ଯୋଡ଼ିଙ୍କ ନାମ। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆହୁରି ଅନେକ ବାପ-ପୁଅ ଯୋଡ଼ିଙ୍କୁ େଦଖିବାକୁ ମିଳିପାରେ। ବିେଜପିରେ ବି ଏହାର ଛାଇ ପଡିଛି। ସ୍ବାମୀ-ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି ଦଳ। ବିେଜଡିରେ କିନ୍ତୁ ବାପ-ପୁଅ ରାଜନୀତି ସ୍ବତନ୍ତ୍ର ଓ େରାଚକ ବି। ବାପ-ପୁଅ ଏକାଠି ରହୁଛନ୍ତି କିନ୍ତୁ ଭିନ୍ନ ଭିନ୍ନ ଦଳରେ ରହି ରାଜନୀତି କରୁଛନ୍ତି।

ଏକଦା ଓଡ଼ିଶା ରାଜନୀତିରେ ପରିବାରବାଦ କଥା ଉଠିବା ମାତ୍ରେ କେଂଗ୍ରସ ବିେରାଧରେ ସବୁ ବେଳେ ସଙ୍ଗିନ ଅଭିେଯାଗ ଆସୁଥିଲା। ଅନ୍ୟ ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରିବାକୁ ବି ପଛାଉ ନଥିଲେ। ବର୍ତମାନ କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳର ଚେହେରାକୁ ନିେରଖି ଦେଖିଲେ, କେଂଗ୍ରସ ଠାରୁ ଅନ୍ୟମାେନ ଏ େକ୍ଷତ୍ରରେ ଢେର୍ ଆଗେଇ ଗଲେଣି। କେଂଗ୍ରସ ବି ସୁଧୁରିନି।

ଏଇ େଯମିତି କଂଗ୍ରେସ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିେରାଧୀ ଦଳ େନତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭାରୁ ଲଢିବେ ବୋଲି େଘାଷଣା େହାଇଛି। ତାଙ୍କ ପୁଅ ହେବେ ବଲାଙ୍ଗୀର େଲାକସଭା ପ୍ରାର୍ଥୀ। କଳାହାଣ୍ଡି ଜିଲ୍ଲାରେ ପୂର୍ବତନ େକନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ସାଂସଦ ପ୍ରାର୍ଥୀ ଓ ପୁଅ ସାଗର ଦାସ ଭବାନୀପାଟଣା ବିଧାନସଭା ଆସନ ପାଇଁ ଲଢିବେ। ସୁନ୍ଦରଗଡ େଲାକସଭା ଆସନରୁ କେଂଗ୍ରସ ପ୍ରାର୍ଥୀ େହଉଛନ୍ତି ବିଧାୟକ ଜର୍ଜ ତିର୍କୀ। ତାଙ୍କ ପୁଅ େରାହିତ େଯାେଶଫ ତିର୍କିଙ୍କୁ ଦଳ ବୀରମିତ୍ରପୁରରୁ ପ୍ରାର୍ଥୀ କରିଛି। ଏହି ଧାରା ଏତିକିରେ ସରିନାହିଁ। ଯାହା ଚର୍ଚ୍ଚା େହଉଛି, ତାହା ଯଦି ସତ ହୁଏ, ତେବେ ଆଗକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅନନ୍ତ ପ୍ରସାଦ େସଠୀ ଓ ତାଙ୍କ ପୁଅ ଶ୍ରୀ ଚିରଞ୍ଜୀବ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନା େଯାଡିଙ୍କ ନାମ କଂଗ୍ରେସ ତାଲିକାରେ ସ୍ଥାନ ପାଇପାରେ।

ପାରିବାରିକ ରାଜନୀତି ଚର୍ଚ୍ଚାରେ ବିେଜପିର ପତି-ପତ୍ନୀ ଯୋଡ଼ିଙ୍କ ନାମ ସବୁବେଳେ ଥାଏ। ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ପାଟଣା ବିଧାନସଭା ଆସନ ପାଇଁ ଟିକେଟ୍‌ ପାଇଛନ୍ତି ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବିଜେପିରୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

ଏହି କ୍ରମରେ େଦଖିଲେ ବିେଜଡିରେ େଗାଟିଏ କଥା େଦଖିବାକୁ ମିଳୁଛି େଯ ଅନେକ ବାପା ସେମାନଙ୍କ ପୁଅ ପାଇଁ ଆସନ ଛାଡିଛନ୍ତି। ଚଳିତ ନିର୍ବାଚନ ପ୍ରକ୍ରିୟାରେ ମଧ୍ୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ପୂର୍ବତନ ମନ୍ତ୍ରୀ େଯାଗେନ୍ଦ୍ର ବେହେରା ନିଜ ପୁଅ ପାଇଁ ଆସନ ଛାଡିବାକୁ ଚାହିଛନ୍ତି। ଏହାଭିନ୍ନ ବିଜେଡିରୁ ବରଗଡ଼ ଲୋକସଭା ଆସନ ପାଇଁ ଦାଦା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍‌ ମିଳିଥିବା ବେଳେ ତାଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ମିଳିଛି ବରଗଡ଼ ବିଧାନସଭା ଆସନ ପାଇଁ ଟିକେଟ୍‌। ବିଧାୟକ ମନୋହର ରନ୍ଧାରୀ ଓ ତାଙ୍କ ଭଉଣୀ ପଦ୍ମିନୀ ଦିଆନଙ୍କୁ ବି ଟିକେଟ୍ ମିଳିଛି।
ହେଲେ େଯଉଁ ପ୍ରସଙ୍ଗଟି ବିେଜଡିକୁ ଅଧିକ ଚର୍ଚ୍ଚାକୁ ଆଣିଛି, ତାହା ହେଲା େଗାଟିଏ ଦଳ ନୁହେଁ, ବରଂ ବାପ-ପୁଅ ଭିନ୍ନ ଭିନ୍ନ ଦଳରେ ରହି ନିର୍ବାଚନ ରଣନୀତି ନିର୍ଧାରଣ କରିବେ। କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦଙ୍କୁ ବିେଜଡି ରାଜ୍ୟସଭା ପଠାଇଥିଲା। ହେଲେ ତାଙ୍କ ପୁଅ ଋଷଭ ନନ୍ଦ ନିକଟରେ ବିେଜପିରେ େଯାଗଦେଇଛନ୍ତି। େଗାଟିଏ ନିର୍ବାଚନମଣ୍ଡଳୀରୁ େଗାଟିଏ ପରିବାରରୁ ପୃଥକ୍ ପୃଥକ୍ ରଣନୀତି କିଭଳି ନିର୍ଧାରଣ କରାଯିବ, ତାହା ଦଳୀୟ େନତାଙ୍କୁ ଚିନ୍ତାରେ ପକାଇଲାଣି କି ନାହିଁ, ତାହା ଅଲଗା କଥା। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହି ଘଟଣାରେ ଆଚମ୍ବିତ।

ସେମିତି ବିେଜଡି ଛାଡି ବିେଜପିକୁ ଚାଲିଯାଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ। ସେ ଏରସମା ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ େହାଇଛନ୍ତି। ତାଙ୍କ ପୁଅ ସମ୍ବିତ କିନ୍ତୁ ବିେଜଡି ସଂଗଠନରେ ଅଛନ୍ତି। ପାରାଦୀପ ଆସନ ଉପରେ ତାଙ୍କର ଆଖି ରହିଛି। ଦଳ ତାଙ୍କୁ ପ୍ରାର୍ଥୀ କରୁ କି ନ କରୁ, େଗାଟିଏ ପରିବାରରୁ କିଭଳି ଏହି ଆସନରେ େଗାଟିଚାଳନା େହବ ତାହା େଦଖିବା କଥା। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ େହମାନନ୍ଦ ବିଶ୍ବାଳ ଜଣେ ଆଗଧାଡିର କେଂଗ୍ରସ େନତା। ତାଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ବିେଜଡି ସୁନ୍ଦରଗଡ ଲୋକସଭା ଆସନରେ ପ୍ରାର୍ଥୀ କରିଛି। ହେଲେ ଆଉ ଜଣେ ଝିଅ ଅମିତା ବିଶ୍ବାଳ ଏବେ ସୁନ୍ଦରଗଡ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଆସନରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ବିଜେଡି େସଠାରେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ଝିଆରୀ ତଥା ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କୁ କଂଗ୍ରେସ ଦେଇଛି ଟିକେଟ। କୌତୂହଳର କଥା େହଲା, ଏହି ପରିବାରର ଅନ୍ୟ ଜଣେ ସଦସ୍ୟା ହେଉଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ଝିଅ ଶାନ୍ତିଲତା ମାଝୀ। ଗତ ପଞ୍ଚାୟତ ନିର୍ବାଚନରେ ଶାନ୍ତିଲତା ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ ଏମାନଙ୍କ ବିେରାଧରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର