୧୧ରେ ନବନିର୍ମାଣ କୃଷକ ସଂଗଠନର ଦିଲ୍ଲୀ ଚଲୋ ଡାକରା

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ଆଗାମୀ ଅକ୍ଟୋବର ୧୧ରେ ଦିଲ୍ଲୀ ଚଲୋ ଡାକରା ଦେଇଛି। ଏହି ଆନ୍ଦୋଳନରେ ଓଡ଼ିଶାର ହଜାର ସଂଖ୍ୟାରେ ଚାଷୀ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ପ୍ରାଇଜ୍‌, ପେନ୍‌ସନ୍‌, ପ୍ରେଷ୍ଟିଜ୍‌ ଦାବି ନେଇ ଓଡ଼ିଆ ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି ବୋଲି ରବିବାର ସଂଗଠନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଆନ୍ଦୋଳନକାରୀମାନେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ଜାତୀୟ ରାଜଧାନୀରେ ପହଞ୍ଚିବା ପରେ କୃଷକ ସଂଗଠନର ଚାଷୀ ସମାବେଶ ହେବ।

ସମ୍ବନ୍ଧିତ ଖବର