ଲୋଇସିଂହା: ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଲୋଇସିଂହା : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଉପରବାହାଲ ଗାଁର ସୁବାସ ଭୋଇ (୪୦) ନାମକ ଜଣେ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିଷ ପିଇଥିବା ଖବର ପାଇବା ପରେ ପରିବାର ବର୍ଗ ତାଙ୍କୁ ବଲାଙ୍ଗୀର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ସୂଚନା ମିଳିଛି।

ତାଙ୍କ ସ୍ତ୍ରୀ ସୁନନ୍ଦିନୀ ଭୋଇ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ପ୍ରାୟ ଦେଢ଼ ଏକର ଜମିରେ ଟମାଟୋ ଏବଂ ଏକ ଏକର ଜମିରେ ଧାନ ଚାଷ ହୋଇଥିଲା। ବର୍ଷା ଭାବ ଏବଂ ରୋଗପୋକ ଯୋଗୁଁ ଫସଲ ନଷ୍ଟ ହୋଇଥିବା ଯୋଗୁଁ ସୁବାସ ବିବ୍ରତ ଜଣା ପଡ଼ୁଥିଲେ। ଚାଷ ପାଇଁ ସେ କୁଆଡ଼େ ୪୦-୫୦ ହଜାର ଟଙ୍କା ହାତ ଉଧାରି ଆଣିଥିବା ଯୋଗୁଁ ଉକ୍ତ ଅର୍ଥ କିପରି ପରିଶୋଧ କରିବେ ସେଥିପାଇଁ ଚିନ୍ତାଗ୍ରସ୍ତ ଥିଲେ। ଗୁରୁବାର ସକାଳେ ସେ ଟମାଟୋ କ୍ଷେତକୁ ଯାଇ ସେଠାରେ ବିଷ ପିଇଥିବା ଜଣା ପଡ଼ିବା ପରେ ତାଙ୍କୁ ସଂଗେ ସଂଗେ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କର ଏକ ୪ ବର୍ଷର ଝିଅ ଏବଂ ୪ ମାସର ଏକ ପୁଅ ଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର