ସୁନ୍ଦରଗଡ଼: ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା

ସୁନ୍ଦରଗଡ଼: ଋଣଭାରରେ ଅତିଷ୍ଟ ହୋଇ ସୁନ୍ଦରଗଡ଼ ଜିଲ୍ଲା ସବ୍‌ଡେଗା ବ୍ଲକ୍‌ ଅନ୍ତର୍ଗତ ଠିନଠିନ୍‌ପଡ଼ା ଗାଁର ଚାଷୀ ପ୍ରହଲ୍ଲାଦ ନାୟକ (୫୦ ବର୍ଷ ) ନାମକ ଜଣେ ଚାଷୀ ଗତକାଲି ରାତିରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଗତକାଲି ରାତି ପ୍ରାୟ ୮ଟା ବେଳେ ଶ୍ରୀ ନାୟକ ବିଷପିଇ ଦେବରୁ ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲେକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶ୍ରୀ ନାୟକଙ୍କର ମୃତ୍ୟୁ ଘଟିଥିଲା। ଗତ ଖରିଫ ଚାଷ ସମୟରେ ଶ୍ରୀ ନାୟକ ତାଙ୍କର ୩ ଏକର ଜମିରେ ଚାଷ କରିବା ପାଇଁ ବିଭିନ୍ନ ଲୋକଙ୍କଠାରୁ ଋଣ ଆଣିଥିଲେ। ମାତ୍ର ଚକଡ଼ା ପୋକ ଯୋଗୁଁ ଫସଲ ହାନୀ ହେବାରୁ ସେ ଋଣ ଶୁଝି ନ ପାରି ମାନସିକ ଅଶାନ୍ତିରେ ରହୁଥିଲେ।

ସମ୍ବନ୍ଧିତ ଖବର