ଯାଜପୁର: ବେକରେ ଫାଶୀ ଲଗାଇ ଚାଷୀଙ୍କ ଆତ୍ମହତ୍ୟା

ଯାଜପୁର: ଗତକାଲି ରାତିରେ ଯାଜପୁର ଜିଲ୍ଲା ବରି ବ୍ଲକ୍‌ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ଜଣେ ଚାଷୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ସୁରେଶ କୁମାର ସାହୁ( ୪୯ ବର୍ଷ) ନାମକ ଜଣେ ଚାଷୀ ଗାଁ ଲୋକଙ୍କ ଠାରୁ ଧାର ଉଧାର କରି ୧୨ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ପ୍ରଥମେ ମରୁଡ଼ି, ଚକଡ଼ା ପୋକ ଓ ପରେ ପରେ ଲଗାଣ ବର୍ଷା ଯୋଗୁଁ ଫସଲ ହାନୀ ହୋଇଥିବାରୁ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଗତକାଲି ରାତିରେ ଶ୍ରୀ ସାହୁ ତାଙ୍କ ଚାଷ ଜମି ପାଖରେ ଥିବା ଏକ ଓସ୍ତ ଗଛରେ ଚଢ଼ି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର