ସହି ପାରିଲେନି ଋଣ ଭାର, ଫାଶୀ ଲଗାଇ ଜୀବନ ହାରିଲେ ଚାଷୀ

ସୋର : ଶେଷ ରଜ ପାଇଁ ସମସ୍ତେ ମଉଜରେ ଥିବାବେଳେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ମାଣତ୍ରୀ ପଞ୍ଚାୟତ ଅଧୀନ ନୂଆପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏଠାରେ ଜଣେ ଚାଷୀ ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ଗ୍ରାମର ଗୟାଧର ଜେନା (୬୧)ଙ୍କ ଶବ ଘର ନିକଟରେ ଥିବା ନିଜର ଛତୁ ଫାର୍ମର ଧାରଣାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସେ ଏକ ଗାମୁଛା ସହାଯ୍ୟରେ ବେକରେ ଫାଶୀ ଲଗାଇ ଦେଇଥିଲେ। ଗୟାଧରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସୋର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ପ୍ରକାଶଥାଉ କି, ଗୟାଧର ସୋରସ୍ଥିତ ଏକ ବ୍ୟାଙ୍କରୁ ଚାଷ କାମ ପାଇଁ ଲ‌େକ୍ଷ ଟଙ୍କା ଋଣ ନେଇଥିଲେ। ତେବେ ଆର୍ଥିକ ଅନଟନ ଯୋଗୁ ସେ ଋଣ ଶୁଝି ନ ପାରି ମାନସିକ ଚାପରେ ରହୁଥିଲେ। ଏହି କାରଣରୁ ଗୟାଧର ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକ ପୁଲିସକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର