ସମ୍ବଲପୁର: ବିଷପାନ କରି ଚାଷୀଙ୍କ ଆତ୍ମହତ୍ୟା

ସମ୍ବଲପୁର/ବୁର୍ଲା:  ସମ୍ବଲପୁର ଜଣେ  ଚାଷୀ ଆଜି  ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ବିଷପାନ କରିଥିବା ଚାଷୀ ହେଉଛନ୍ତି  ଚକାନନ୍ଦ ଝାଙ୍କର(୫୨ ବର୍ଷ)।

ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ୍‌ ଜୟନ୍ତପୁର ପଞ୍ଚାୟତ  ଦେଦାର- ନୂଆପଲ୍ଲୀ ଗାଁ ମୃତ ଚକାନନ୍ଦ ଝାଙ୍କରଙ୍କ ପୁଅ ସୁରେଶ ଝାଙ୍କରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,  ଚକାନନ୍ଦ ଏକର ପିଛା ୧୫ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରି  ୫ ଏକର ଜମିରେ ଧାନଚାଷ କରିଥିଲେ। ଗତ ଖରିଫ ଋତୁରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିଲା। ପୁଣି ରବି ଫସଲ ନ  ହୋଇଯାଇଥିବା ଦେଖିି ଚକାନନ୍ଦ ଧର୍ଯ୍ୟ ହରାଇ ଗତ ୧୨ ତାରିଖ ଦିନ ବିଷ ପାନ କରି ଦେଇଥିଲେ। ଗୁରୁତର ଅବସ୍ଥାରେ  ତାଙ୍କୁ  ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଆଜି ସକାଳେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର