ସାପଠାରୁ ବଞ୍ଚିବା ପାଇଁ ଆଙ୍ଗୁଳି କାଟିଲେ ଚାଷୀ

ଡ଼େଲାଙ୍ଗ : ଡ଼େଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଜଣେ ଚାଷୀ ସାପଠାରୁ ବଞ୍ଚିବା ପାଇଁ ନିଜ ଆଙ୍ଗୁଠି କାଟି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, କଲ୍ୟାଣପୁର ଗ୍ରାମର ମନୋରଞ୍ଜନ ପ୍ରଧାନ (୪୫) ଆଜି ସକାଳେ ତାଙ୍କ ବାରିପଟେ ପଡିଥିବା ଗଛ ଡାହି ହାଣିବା ପାଇଁ ଯାଇଥିଲେ। ଏହି ସମୟରେ ଡାହି ଭିତରେ ଥିବା ଏକ ନାଗ ସାପ ତାଙ୍କ ବାମପଟ କାଣି ଆଙ୍ଗୁଠିକୁ କାମୁଡି ଧରିଥିଲା। ମନୋରଞ୍ଜନ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସାପଟି ତାଙ୍କ ଆଙ୍ଗୁଠିକୁ ଛାଡ଼ି ନଥିଲା। ଅନ୍ୟ କୌଣସି ଉପାୟ ନପାଇ ମନୋରଞ୍ଜନ ଶେଷରେ ଡାହାଣ ହାତରେ ଧରିଥିବା କଟୁରିରେ ନିଜ ବାମ ହାତ କାଣି ଆଙ୍ଗୁଠିକୁ ହାଣି ଛିଣ୍ଡାଇ ଦେଇଥିଲେ। ପରେ ସାପଟି ସେଠାରୁ ଚାଲି ଯାଇଥିଲା। ମନୋରଞ୍ଜନଙ୍କ ଡାକ ଶୁଣି ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡ଼େଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର