ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ କୃଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି କୃଷକଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ଲକ୍ଷ୍ୟରେ ନବ ନିର୍ମାଣ କୃଷକ ସଂଗଠନ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ରଘୁନାଥପୁରରୁ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଦଯାତ୍ରା ବାହାରିଛି ।

ଜାନୁଆରୀ ୩୧ ସୁଦ୍ଧା ଯଦି ଚାଷୀଙ୍କ ଦାବି ପୂରଣ ନକରାଯାଏ, ଆନ୍ଦୋଳନ ଜୋରଦାର କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି। ସେପଟେ କୃଷକଙ୍କ ସହ ୨ଥର ଆଲେଚନା ହେଲାଣି, ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।

ସମ୍ବନ୍ଧିତ ଖବର