ଆଖିବୁଜିଲେ ବିଷ ପିଇଥିବା ଚାଷୀ

0 31

କଣ୍ଟାବାଞ୍ଜି/ବଲାଙ୍ଗୀର : ଗତକାଲି ବିଷ ପିଇଥିବା ବଲାଙ୍ଗୀରର ଚାଷୀ ଭଗତ ସଗରିଆ ଆଜି ପ୍ରାଣ ହରାଇଛନ୍ତି। ଭରତଙ୍କ ଘର ତୁରେକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତର କୁଲିଆଦରୋ ଗାଁ। ୧୦ ଏକର ଜମିରେ କପା ଚାଷ କରିଥିଲେ । ଚଳିତ ବର୍ଷ କମ ବର୍ଷା ଯୋଗୁ ଚାଷ ନଷ୍ଟ ହୋଇ ଯାଇଥିଲା। ମାନସିକ ଦୁଶ୍ଚିନ୍ତାରେ ରହୁଥିବା ଭଗତ ଗୁରୁବାର ସକାଳେ କ୍ଷେତକୁ ଯାଇଥିଲେ। ସେଠାରେ କପାରେ ବ୍ୟବହାର ହେଉଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ବିଜେପି ପକ୍ଷରୁ ୪୨ ନମ୍ବର ରାଜ୍ୟ ରାଜପଥ ଅବରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.