ହାତୀ ଦଳିଦେଲା ଫସଲ, ଚାଷୀଙ୍କ ଆତ୍ମହତ୍ୟା

ବୁର୍ଲା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତ ଦାଦର ନୂଆପାଲିର ଚାଷୀ ବିଦ୍ୟାଧର ଅଦାବର (୬୫)ଆତ୍ମହତ୍ୟା କରିଛନ୍ତି। ଏହି ଅଞ୍ଚଳରେ ହାତୀପଲ ପଶି ଫସଲ ନଷ୍ଟ କରୁଛନ୍ତି। ଏଥିରେ ବିଦ୍ୟାଧରଙ୍କ ଜମିର ଫସଲ ବି ନଷ୍ଟ ହୋଇଥିଲା। ଏଥିରେ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ବିଦ୍ୟାଧରଙ୍କ ପୁଅ କୈଳାସ ଅଦାବର ଅଭିଯୋଗ କରିଛନ୍ତି।

କୈଳାସ କହିଛନ୍ତି, ସେମାନଙ୍କ ୧୦ ଏକର ଜମି ରହିଛି। ଚଳିତ ବର୍ଷ ରବିଋତୁରେ ସେମାନେ ଧାରକରଜ କରି ୫ ଏକର ଚାଷ କରିଥିଲେ। ସେହି ଅଞ୍ଚଳରେ ହାତୀପଲ ବାରମ୍ବାର ଫସଲ ନଷ୍ଟ କରୁଛନ୍ତିି। ଏଥିସହ ଅଦିନିଆ ବର୍ଷା ବି ଦାଉ ସାଧିଛି। କିଛି ଦିନ ପୂର୍ବରୁ ସେମାନଙ୍କ ଜମିରେ ହାତୀ ପଶି ଫସଲ ନଷ୍ଟ କରିଥିଲା। ଫସଲ ନଷ୍ଟ କାରଣରୁ ବିଦ୍ୟାଧର ଚିନ୍ତାରେ ଥିଲେ। ଶେଷରେ ବିଷ ପିଇ ଦେଇଥିଲେ। ତାଙ୍କୁ ସଦର ଡାକ୍ତରଖାନା ନିଆଯାଇ ଥିଲା। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ ନିଆଯିବା ବାଟରେ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର