ବରଗଡ଼ ପରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ଧାନ ବିଲରେ ଚାଷୀ ଲଗାଇଲେ ନିଆଁ

ଚକଡ଼ା ପୋକ କଲା ସର୍ବନାଶ, ଚାଷୀ ହତାଶ

ସମ୍ବଲପୁର/ଝାରସୁଗୁଡ଼ା: ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶାର ଚାଷୀ ମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖା ଯାଉଛନ୍ତି। ପୋକ ଲାଗିି ଫସଲ ଉଜୁଡି ଯିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ ଲଗାଇବା ପରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବରଗଡ଼ ଜିଲ୍ଳାରେ ଋଣ ଗ୍ରସ୍ତ ଚାଷୀ ବିଲରେ ନିଆଁ ଲଗାଇଥିବା ବେଳେ ପଡୋଶୀ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବୁଧବାର ଚାଷୀମାନେ ସେମାନଙ୍କ ଫସଲରେ ନିଆଁ ସଂଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଖୁଦପାଲି ଗ୍ରାମର ଚାଷୀ ସତ୍ୟାନନ୍ଦ ସେଠ୍‌ ନିଜ ଧାନ ବିଲରେ ନିଆଁ ଲଗାଇଛନ୍ତି। ଚକଡ଼ା ପୋକ ପ୍ରଭାବରେ ଫସଲ ନଷ୍ଟ ହେବାରୁ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ବିଲରେ ଲାଗିଥିବା ରୋଗକୁ ଠିକ କରିବାକୁ ସତ୍ୟାନନ୍ଦ କୌଣସି ଉପାୟ ଅଥବା ସରକାରୀ ସହାୟତା ପାଇ ନ ଥିଲେ।

ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳର ଅଏଁଲପଡା ଗ୍ରାମରେ ଜଣେ ଚାଷୀ ଧାନ ଚାଷ କରିଥିବା ନିଜର ବିଲରେ ନିଅାଁ ଲଗାଇଛନ୍ତି। ରୋଗ ଓ ପୋକର ପ୍ରଭାବରେ ଫସଲ ଉଜୁଡ଼ି ଯାଇଥିବା ବେଳେ ମନ ଦୁଃଖରେ ଦିନ କାଟୁଥିବା ଚାଷୀ ଡିଲେଶ୍ୱର ପ୍ରଧାନ ଅନ୍ୟ ଉପାୟ ନ ପାଇ ଶେଷରେ ବିଲରେ ନିଆଁ ଲଗାଇଛନ୍ତି। ସେ ୫ଏକର ବିଲରେ ଧାନ ଚାଷ କରିଥିଲେ। ଏଥିରୁ ୨ଏକର ଜମିରେ ଚକଡ଼ା ପୋକ ଯୋଗୁଁ ଫସଲ ସମ୍ପୁର୍ଣ୍ଣ ରୂପେ କ୍ଷତି ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର