ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ : ବିଧାୟକଙ୍କ ବାସଭବନ ଘେରିଲେ ଶହ ଶହ ଚାଷୀ

ସମ୍ବଲପୁର:  ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଅସନ୍ତୋଷ  । ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି ଚାଷୀ । ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ବିଧାୟକମାନଙ୍କ ଘର ସମ୍ମୁଖରେ ଚାଷୀ ଧାନ ରଖି ଅବରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ଏହି କ୍ରମରେ ରେଙ୍ଗାଳି ବିଧାୟକ ନାଉରୀ ନାୟକଙ୍କ ଘର ଆଗରେ ଧାନ ବସ୍ତା ରଖି ଚାଷୀ ମାନେ ପ୍ରତିବାଦ କରିଛନ୍ତି । ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଘର ସାମ୍ନାରେ ମଧ୍ୟ ଧାନ ଜମା କରାଯାଇଛି। ଏହାକୁ ନଜରରେ ରଖି ବିଧାୟକଙ୍କ ଘର ଆଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ପର୍ଯ୍ୟୟ କ୍ରମେ ସମ୍ବଲପୁର ଜିଲ୍ଲାର ଅନ୍ୟ ବିଧାୟକଙ୍କ ଘର ଆଗରେ ବିରୋଧ କରାଯିବ ବୋଲି କହିଛନ୍ତି ଚାଷୀନେତା।

ସେପଟେ ବରଗଡରେ ଦ୍ୱିତୀୟ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆଜି ମଧ୍ୟ ଅତାବିରା ବ୍ଲକରେ ଏକାଠି ହୋଇଛନ୍ତି ଶହ ଶହ ଚାଷୀ। ଅତାବିରା ଚାଷୀ ସଂଗଠନ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ, ଅତାବିରା ଏନଏସି କାର୍ଯ୍ୟାଳୟ , କୃଷି ସମବାୟ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇଛନ୍ତି ଚାଷୀ । ଚାଷୀ ମାନେ ଗୋଟିଏ ଦାବି କରିଛନ୍ତି , ସରକାର ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ଉଛେଦ ନକରିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ।

ସମ୍ବନ୍ଧିତ ଖବର