କେନ୍ଦ୍ର-ରାଜ୍ୟ ମିଶି ଚାଷୀ ସମସ୍ୟାର ସମାଧାନ କରିବାର ଆବଶ୍ୟକତା ଅଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଚାଷୀ ସମସ୍ୟାର ସମାଧାନ ଠିକ୍‌ ଭାବରେ ହୋଇ ନାହିଁ। ଏବେ ପରସ୍ପରକୁ ଦୋଷାରୋପ କରିବାର ସମୟ ନୁହେଁ। ଚାଷୀକୁ ନେଇ ରାଜନୀତି ହେଲେ ଚାଷ କାମରେ ଉନ୍ନତି ଆସିବ ନାହିଁ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ରବିବାର କହିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟାରେ ଶେଖାଓ୍ଵତ କହିଛନ୍ତି, କେନ୍ଦ୍ର-ରାଜ୍ୟ ମିଶି ସମାଧାନ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ଚାଷୀଙ୍କ ହାତ ଧରି ସମସ୍ୟାରୁ ମୁକୁଲିବା ଆମର କାମ। ବରଗଡ଼ ଯାଇ ଚାଷୀ ସମସ୍ୟାର ସ୍ଥିତି ଅନୁଧ୍ୟାନ କରିବି। ପ୍ରଭାବିତ ଚାଷୀ ପରିବାରକୁ ଭେଟିବି ବୋଲି କେନ୍ଦ୍ରମନ୍ତ୍ରୀ ଶେଖାଓ୍ଵତ କହିଛନ୍ତି।

ମରୁଡ଼ି ଓ ରୋଗପୋକ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରମନ୍ତ୍ରୀ ଶେଖାଓ୍ଵତଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିଛନ୍ତି। ଚାଷୀ ମୃତ୍ୟୁ ଓ ଫସଲ ନଷ୍ଟ ନେଇ ଟିମ୍‌ ସମୀକ୍ଷା କରୁଛି। ବୌଦ୍ଧ, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍‌ ବୁଲିବ।

ସମ୍ବନ୍ଧିତ ଖବର