ବୃଦ୍ଧ ବାପାର ଠେଙ୍ଗା ମାଡ଼ରେ ପୁଅ ମୃତ

ଭବାନୀପାଟଣା : ଜନ୍ମ କଲା ବାପ ନେଲା ପୁଅର ଜୀବନ। ଜମିବାଡ଼ିକୁ କେନ୍ଦ୍ର କରି ବାପାର ଠେଙ୍ଗା ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭବାନୀପାଟଣା ସଦରଥାନା ଅନ୍ତର୍ଗତ ବୋରିଂପଦର ଗ୍ରାମରେ। ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାପା ତପିମଣି ସାହୁଙ୍କ ଠେଙ୍ଗା ମାଡ଼ରେ ପୁଅ ସନ୍ତୋଷ ସାହୁ (୩୬) ପ୍ରାଣ ହରାଇଥିବାବେଳେ ଅଭିଯୁକ୍ତ ବାପା ଥାନାରେ ଆତ୍ମ ସମର୍ପଣ କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୋରିଂପଦର ଗ୍ରାମର ସନ୍ତୋଷ ଓ ତାଙ୍କ ବାପା ତପିମଣିଙ୍କ ମଧ୍ୟରେ ଜମିବାଡ଼ି ଓ ଧାନକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ତପିମଣି ପୁଅ ସନ୍ତୋଷଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ସନ୍ତୋଷ ଚେତା ହରାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରିଥିଲେ। ତେବେ, ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରୁଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର