ଫୟାଜ ମାମଲା: କେସ୍ ଡାଏରି ଦାଖଲ ନିର୍ଦ୍ଦେଶ

କଟକ: ଢେଙ୍କାନାଳ ବେଲଟିକିରି ଘଟଣାର ମୁଖ୍ୟ ଅଭିଯୁକ୍ତ ଫାୟାଜ ‌େରହେମାନଙ୍କ ଜାମିନ ଆବେଦନନର ଶୁଣାଣି କରି ହାଇକୋର୍ଟ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଫାୟାଜ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ।। ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ଼ ନିୟୁଜ ଇଣ୍ତିଆ ଡ୍ରିମସ୍ ସେଣ୍ଟର ପକ୍ଷରୁ ପରିଚାଳିତ ଏହି ସେଲ୍‌ଟର୍‌ ହୋମ ବା ଶିଶୁ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏତଲା ଦାୟର ହେବା ପରେ ଅନୁଷ୍ଠାନ ମୁଖ୍ୟ ଫାୟାଜକୁ ପୁଲିସ ଗିରଫ କରିଥିଲା। ଏହାପରେ ପୁଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିଲା।

ସମ୍ବନ୍ଧିତ ଖବର