ହାଇକୋର୍ଟରେ ଫୟାଜ ରେହେମାନ ଜାମିନ ଶୁଣାଣି ଶେଷ

କଟକ : ଢେଙ୍କାନାଳ ବେଲଟିକିରି ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ‌େରହେମାନଙ୍କ ଜାମିନ ଆବେଦନନର ପୂର୍ଣ୍ଣାଙ୍ଗ ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ ନିୟୁଜ ଇଣ୍ତିଆ ଡ୍ରିମସ୍ ସେଣ୍ଟର ପକ୍ଷରୁ ପରିଚାଳିତ ଏହି ସେଲଟର ହୋମ ବା ଶିଶୁ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏତଲା ଦାୟର ହେବା ପରେ ଅନୁଷ୍ଠାନ ମୁଖ୍ୟ ଫୟାଜକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର