ଫକୀର ମୋହନଙ୍କ କୃତୀ ଉପରେ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଫକୀର ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ଫକୀର ମୋହନଙ୍କ କୃତୀକୁ ନେଇ ଏକ ଦ୍ୱିଭାଷୀ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତିନିଟଇ ବିଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତା ନିମନ୍ତେ ବିଷୟବସ୍ତୁ ରହିଛି ବିଦ୍ୟାଳୟ ସ୍ତର ପାଇଁ ‘ଫକୀର ମୋହନଙ୍କ ଗଳ୍ପରେ ସାମାଜିକ କୁସଂସ୍କାରର ଚିତ୍ର’, ସ୍ନାତକ ସ୍ତର ପାଇଁ ବିଷୟ ରହିଛି ‘ଫକୀର ମୋହନଙ୍କ କବିତାରେ ମାନବବାଦୀ ଚେତନା’ ଏବଂ ସ୍ନାତକୋତ୍ତର ସ୍ତର ପାଇଁ ରହିଛି ‘ଫକୀର ମୋହନଙ୍କ ସାହିତ୍ୟରେ ମାନବବାଦୀ ଚେତନା’। ପ୍ରତିଯୋଗୀମାନେ ଉଭୟ ଓଡ଼ିଆ କିମ୍ବା ଇଂରାଜୀରେ ସେମାନଙ୍କ ପ୍ରବନ୍ଧ ପଠାଇପାରିବେ। ପ୍ରତି ଭାଷାରେ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ବିଦ୍ୟାଳୟ ସ୍ତରର ପ୍ରତିଯୋଗୀମାନେ ୧୦୦୦ ଶବ୍ଦ ମଧ୍ୟରେ ଏବଂ ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ପ୍ରତିଯୋଗୀମାନେ ୧୫୦୦ ଶବ୍ଦ ମଧ୍ୟରେ ପ୍ରବନ୍ଧ ଲେଖିବେ। ଆସନ୍ତା ମେ’ ୨୦ ତାରିଖ ସୁଦ୍ଧା ପ୍ରବନ୍ଧକଗୁଡ଼ିକ ଡ. ବିଜୟଲକ୍ଷ୍ମୀ ଦାଶ, ସ୍ନାତକୋତ୍ତର ଓଡ଼ିଆ ବିଭାଗ, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକ ଠିକଣାରେ ପଠାଇବାକୁ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରଫେସର ମୋନିକା ଦାସ ଅନୁରୋଧ କରିଛନ୍ତି। ଆଗ୍ରହୀ ପ୍ରତିଯୋଗୀମାନେ [email protected] ରେ ମେଲ୍‌ ଯୋଗେ ପଠାଇପାରିବେ।

ସମ୍ବନ୍ଧିତ ଖବର