ସାଂସଦ ବସିଥିବା ଏହି ୩୦ ଲକ୍ଷଟଙ୍କିଆ ବାଇକର ବିଶେଷତ୍ୱ ଜାଣିଛନ୍ତି କି ?

ଅଚ୍ୟୁତ ମନେପକାଇଲେ ପୁରୁଣା ସ୍ମୃତି

ଭୁବନେଶ୍ୱର: କେମିତି ଥିଲା ନିଜର ପୁରୁଣା ବାଇକ ସହ ସଂଘର୍ଷର କାହାଣୀ | କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହାକୁ ନେଇ ନିଜର ଏକ ପୁରୁଣା ସ୍ମୃତିକୁ ଟ୍ୱିଟରରେ ସେୟାର କରିଛନ୍ତି | ନିଜ ସାଙ୍ଗଙ୍କର ଏକ ଦାମୀ ବାଇକରେ ବସିଥିବାର ଫଟୋ ସହ ଅଚ୍ୟୁତ ଲେଖିଛନ୍ତି ଯେ ଏହି ବାଇକଟି ତାଙ୍କଠାରୁ ବଡ଼ ଓ ଓଜନିଆ | ଏଭଳି ବାଇକ କିଣୁଥିବା ତାଙ୍କର ଜଣେ  ବନ୍ଧୁଙ୍କ ଅନୁରୋଧରେ ସେ ଏହାକୁ ଚଳାଉଛନ୍ତି। କିନ୍ତୁ ଦିନେ ଏମିତି ସମୟ ଥିଲା ଯେତେବେଳେ କି ସେ ପ୍ରତିଦିନ ୫୦ କିଲୋମିଟର ଯିବାଆସିବା କରୁଥିଲେ | ସେତେବେଳେ ତାଙ୍କ ସାଥି ପାଲଟିଥିଲା ହିରୋହୋଣ୍ଡା ସିଲ୍କ ବାଇକ୍। କିଟ ବିଶ୍ୱବିଦ୍ୟାଳୟ ଓ କିସ ସ୍ଥାପନ କରିବା ପାଇଁ ପ୍ରତିଦିନ ବାଇକରେ ୫୦ କିଲୋମିଟର ଯାତ୍ରା କରୁଥିଲେ |

ହିରୋହୋଣ୍ଡା ସୀଲକ

ଏହି ବାଇକର ବିଶେଷତ୍ୱ 
ଫଟୋରେ ସାଂସଦ ଅଚ୍ୟୁତ ସାମନ୍ତ ଚଳାଉଥିବା ଏହି ବାଇକଟି ହୋଣ୍ଡା କମ୍ପାନିର ହୋଇଥିବାବେଳେ ଏହାର ନାମ ହେଉଛି ଗୋଲଡ ବିଙ୍ଗ | ଏହି ବାଇକରେ ୧୮୩୩ ସିସିର ଇଂଜିନ ଥିବାବେଳେ ୧ ଲିଟର ପେଟ୍ରୋଲରେ ଏହା ୧୪ କିଲୋମିଟର ଯାଏଁ ଯାତ୍ରା କରିଥାଏ | ଗୋଲଡ ବିଙ୍ଗର ମୂଲ୍ୟ ୩୦ ଲକ୍ଷ ଟଙ୍କା ହୋଇଥିବାବେଳେ ୧୯୭୫ ମସିହାରେ ଏହି ଗାଡିକୁ ଲଞ୍ଚ କରାଯାଇଥିଲା | ତେବେ କେବଳ କ୍ୟାଣ୍ଡି ରେଡ ରଙ୍ଗରେ ଏହି ଗାଡିଟି ଉପଲବ୍ଧ ହୋଇଥାଏ |

ସମ୍ବନ୍ଧିତ ଖବର

Comments are closed.