କେଏମ୍‌ବିିବିରେ ସମ୍ବର୍ଦ୍ଧନା ଉତ୍ସବ : ‘ନିନ୍ଦା ଶିକ୍ଷାଲାଭର ଏକ ମାର୍ଗ ହେଉ’

ଭୁବନେଶ୍ୱର : ନିନ୍ଦା ଓ ପ୍ରଶଂସା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ପ୍ରଶଂସାରେ ଅଧିକ ଉତ୍‌ଫୁଲିତ ହେବା କଥା ନୁହେଁ କି ନିନ୍ଦାରେ ଅତ୍ୟନ୍ତ ଭାଙ୍ଗିପଡ଼ିବା କଥା ନୁହେଁ। ନିନ୍ଦାକୁ କେବଳମାତ୍ର ଶିକ୍ଷାଲାଭର ଏକ ମାର୍ଗ ବୋଲି ମନେ କରି ଆଗକୁ ବଢ଼ିବାର ପ୍ରଚେଷ୍ଟା କରିବା ଉଚିତ। ନରଣପୁରସ୍ଥିତ କେଏମ୍‌ବିିବିର ଦ୍ୱିତୀୟ କ୍ୟାମ୍ପସରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏଭଳି ଦିଗ୍‌ଦର୍ଶନ ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା କେଏମ୍‌ବିବିର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ କେଏମ୍‌ବିବିର ଜୁନିୟର୍‌ ସାଇନ୍ସ କଲେଜ ଏବଂ କେଏମ୍‌ବିବି ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଧିତ କରିଥିଲେ। ମଞ୍ଜରୀ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ଡିନ୍‌ ଡ. ବିଜୁନି ସୂତାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କେଏମ୍‌ବିବି ଜୁନିୟର ସାଇନ୍ସ କଲେଜର ପ୍ରିନ୍ସିପାଲ ଚିତ୍ତ ରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅଧ୍ୟାପକ ସରୋଜ ଦାସ, ଦେବସ୍ମିତା ଦାଶ, ସନ୍ତୋଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର