ନନ୍ଦନକାନନରେ ଥିବା ଏକମାତ୍ର ନୀଳଗିରି ମାଈ ଲଙ୍ଗୁର ମାଙ୍କଡ଼ର ମୃତ୍ୟୁ

ଭୁବନେଶ୍ୱର/ବାରଙ୍ଗ : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସୋମବାର ଅପରାହ୍ନରେ ଏକମାତ୍ର ନୀଳଗିରି ଲଙ୍ଗୁର ମାଙ୍କଡ଼ ପ୍ରାଣ ହରାଇଛି। ନନ୍ଦନକାନନରେ ଥିବା ଏହି ଏକମାତ୍ର ମାଈ ଲଙ୍ଗୁର କିଛିଦିନ ହେଲା ଅସୁସ୍ଥ ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିଲା।

ଆଜି ତାର ମୃତ୍ୟୁ ହୋଇଛି। ମୃତ ଲଙ୍ଗୁରର ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପ୍ରକୃତରେ କେଉଁ କାରଣରୁ ଲଙ୍ଗୁରର ମୃତ୍ୟୁ ଘଟିଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ୨୦୧୭ରେ ଚେନ୍ନାଇର ଭନ୍ଦାଲୁରରୁ ଏହି ନୀଳଗିରି ମାଈ ଲଙ୍ଗୁରକୁ ଅଣା ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ୩୧ ତାରିଖ ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ପୁରୁଷ ଲଙ୍ଗୁର ମାଙ୍କଡର ମୃତ୍ୟୁ ହୋଇଥିବା ବେଳେ ନନ୍ଦନକାନନର ୫୫ ନମ୍ବର ଖୁଆଡ଼ରେ ଥିବା ଗୋଟାଏ ନୀଳଗିରି ମାଙ୍କଡ଼ ଛୁଆର ଅଗଷ୍ଟ ୧୪ରେ ଆକସ୍ମିକ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ଏହାପରେ ନନ୍ଦନକାନନରେ ଆଉ ଗୋଟିଏ ମାତ୍ର ମାଈ ନୀଳଗିରି ମାଙ୍କଡ଼ ରହିଥିଲା। ଯାହାର ଆଜି ମୃତ୍ୟୁ ଘଟିଛି। ନିକଟରେ ହାର୍ପିସ୍‌ ଭୁତାଣୁ ହେତୁ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର